Advertisment

ଅନ୍‌କାଡେଲି ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକ

ତିନି ବର୍ଷ ପରେ କୋରାପୁଟ ଜିଲ୍ଲାର ଅନ୍‌କାଡେଲି ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକ

author-image
Manoranjan Sial
ଅଦ୍ୟତନ ହୋଇଛି
Koraput

Koraput

ଲମତାପୁଟ (ଜଗତ ଜୀବନ): କରୋନା ମହାମାରୀ କଟକଣା ଯୋଗୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ପର୍ଯ୍ୟଟନସ୍ଥଳୀରେ ଦେଖିବାକୁ ମିଳୁନଥିଲା। ମହାମାରୀ କରୋନାର କଟକଣା କୋହଳ ହେବାର ତିନି ବର୍ଷ ପରେ କୋରାପୁଟ ଜିଲ୍ଲାର ଅନ୍‌କାଡେଲି ସାପ୍ତାହିକ ହାଟରେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି। ସେମାନେ ହାଟରେ ବୁଲିବା ସହିତ ବିଭିନ୍ନ ସରଞ୍ଜାମ କିଣୁଥିବା ଦେଖିବାକୁ ମିଳିଛି।

Advertisment

ଅଷ୍ଟ୍ରେଲିଆର ପର୍ଯ୍ୟଟକ ଡା ଯୋନ ନେଭିଆ, ଫ୍ରାନ୍ସର ଲେଲା ଓ ଅନ୍ୟ ଦୁଇ ପର୍ଯ୍ୟଟକଙ୍କୁ ଅନ୍‌କାଡେଲି ସାପ୍ତାହିକ ହାଟରେ ଦେଖିବାକୁ ମିଳିଥିଲା। ଆଦିମ ଜନଜାତି ବଣ୍ଡା ରମଣୀମାନଙ୍କ ଫୋଟ ଉତ୍ତୋଳନ କରୁଥିଲେ। ଆଦିବାସୀଙ୍କ ଭାଷା ବୁଝି ପାରୁନଥିଲେ ମଧ୍ୟ ଭାବକୁ ମର୍ମେ ମର୍ମେ ଅନୁଭବ କରୁଥିଲେ। ଆଉ ଚେଷ୍ଟା କରୁଥିଲେ ସେମାନଙ୍କ ସହିତ କଥା ହେବା ପାଇଁ। ଅନ୍ୟପକ୍ଷରେ ବିଦେଶୀ ପର୍ଯ୍ୟଟନଙ୍କୁ ଦେଖି ଆଦିବାସୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

Foreign Tourists Koraput