Advertisment

ନଗଡ଼ାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଲା ବନବିଭାଗ

ଯାଜପୁର (ଓଡ଼ିଶା ରିପୋର୍ଯାଟର): ଯାଜପୁର ଜିଲ୍ଲା ନଗଡ଼ାରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ନାଲିଆଡ଼ାବ, ଉପର ନଗଡ଼ା ଓ ତଳ ନଗଡ଼ାର ଲୋକଙ୍କୁ ଭିଏସ୍‌ଏସ୍‌ ଯୋଜନାରେ କାମ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ବନ ବିଭାଗ ପକ୍ଷରୁ ୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କୁ ଜଙ୍ଗଲକୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ପରବର୍ତ୍ତୀ ସମୟରେ ଆହୁରି ଅନେକ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଫରେଷ୍ଟ ରେଞ୍ଜର କହିଛନ୍ତି। ବନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ […]

author-image
Puspanjali Panda
ନଗଡ଼ାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଲା ବନବିଭାଗ

nagada

ଯାଜପୁର (ଓଡ଼ିଶା ରିପୋର୍ଯାଟର): ଯାଜପୁର ଜିଲ୍ଲା ନଗଡ଼ାରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ନାଲିଆଡ଼ାବ, ଉପର ନଗଡ଼ା ଓ ତଳ ନଗଡ଼ାର ଲୋକଙ୍କୁ ଭିଏସ୍‌ଏସ୍‌ ଯୋଜନାରେ କାମ ଦିଆଯାଇଛି।

Advertisment

ପ୍ରଥମ ପର୍ଯ୍ୟାୟରେ ବନ ବିଭାଗ ପକ୍ଷରୁ ୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କୁ ଜଙ୍ଗଲକୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ପରବର୍ତ୍ତୀ ସମୟରେ ଆହୁରି ଅନେକ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଫରେଷ୍ଟ ରେଞ୍ଜର କହିଛନ୍ତି।

ବନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ନଗଡ଼ାବାସୀ କହିଛନ୍ତି, “ପୂର୍ବରୁ ଆମେ ବହୁତ କଷ୍ଟରେ ରହୁଥୁଲୁ। ବନ ବିଭାଗ ପକ୍ଷରୁ ଚାକିରି ମିଳିବା ପରେ ପରିବାର ସହ ଭଲରେ ଚଳୁଛୁ।”

Advertisment

ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟ କହିଛନ୍ତି, “ଦକ୍ଷତା ଅନୁସାରେ ସାତ ଜଣଙ୍କୁ ନିଯୁକ୍ତି ଦେଇଛୁ। ଆଗକୁ ବନ ବିଭାଗ ପକ୍ଷରୁ ଅନେକ ଯୋଜନା ରହିଛି। ଏହି ଯୋଜନା ଆମେ ଲୋକଙ୍କୁ ନିଯୁକ୍ତି ଦେବୁ। ଏବେ ଭିଏସ୍‌ଏସ୍ ଯୋଜନା ମାଧ୍ୟମରେ ଗାଁର ପ୍ରତ୍ୟେକ ଲୋକଙ୍କୁ ସଂପୃକ୍ତ କରାଇବାକୁ ଚେଷ୍ଟା କରୁଛୁ।”