ରାଉରକେଲା (ପବନ ତିୱାରୀ): ଲାଞ୍ଚୁଆ ଫରେଷ୍ଟର ଗିରଫ। ଜବତ ହୋଇଥିବା ଗାଡ଼ି ଛାଡ଼ିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଏପରିକି ଲାଞ୍ଚ ଟଙ୍କା ଜବତ କରିଛି।
ଅକ୍ଟୋବର ୨୬ ତାରିଖରେ ବାଙ୍କୀ ଫରେଷ୍ଟର ବିଜୟ କୁମାର ଖୁପି ଏକ କାଠ ବୋଝେଇ ୪୦୭ ଗାଡ଼ିକୁ ଜବତ କରିଥିଲେ। ଗାଡ଼ି ମାଲିକ ରାଜୁ ନାଗ ଯେତେ ଗୁହାରୀ କଲେ ମଧ୍ୟ ଫରେଷ୍ଟର ଗାଡ଼ି ଛାଡ଼ୁନଥିଲେ। ୧୦,୦୦୦ ଟଙ୍କା ଲାଞ୍ଚ ଦେଲେ ଛାଡ଼ିବୁ ବୋଲି କୁଆଡ଼େ ଫରେଷ୍ଟର କହୁଥିବା ଅଭିଯୋଗ ହୋଇଥିଲା।
ଏନେଇ ଗାଡ଼ି ମାଲିକ ରାଜୁ ନାଗ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ରାଜୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଫରେଷ୍ଟରଙ୍କୁ ଧରିଥିଲା। ପରେ ତାଙ୍କ ଅଫିସ ଓ ସୁନ୍ଦରଗଡ଼ ସ୍ଥିତ ପୈତୃକ ଘରେ ଚଢ଼ଉ କରିଥିଲା। ରାଉରକେଲା ଭିଜିଲାନ୍ସ ଏସ୍ପି ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ପ୍ରଶାସନ ଓ ପୁଲିସକୁ ଖୋଲା ଚ୍ୟାଲେଞ୍ଜ
ଶ୍ରୀମନ୍ଦିର ଉପରେ ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ। ହେଲେ ନା ପୁଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ କେହି ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି।
Miscellaneous
ପ୍ରବାସୀ ଭାରତୀୟ ଦିବସ: ସଜେଇ ହେଲାଣି ଜନତା ମଇଦାନ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି
ପ୍ରବାସୀ ଭାରତୀୟଙ୍କ ମନ ମୋହିବାକୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତକଳାରେ ସଜେଇ ହେଲାଣି ଜନତା ମଇଦାନରେ ଓଡ଼ିଶା ପାଭିଲିୟନ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ୍ ଡିଜି।
Politics
ବିଜେଡିରେ ଦ୍ୱିତୀୟ ଓ ତୃତୀୟ ପିଢ଼ିର ନେତାଙ୍କ ଭିତରେ ବିବାଦ!
କିଛି ଦିନ ତଳେ ପୂର୍ବତନ ବିଧାୟକଙ୍କ ପୁଅମାନେ ମେଳି କରିଥିବା ନଜରକୁ ଆସିଥିଲା। ଯେଉଁଥିରେ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ପ୍ରମୁଖ।
Miscellaneous
ଆରମ୍ଭ ହେଲା ସହିଦ ମାଧୋ ସିଂ ହାତ ଖର୍ଚ୍ଚ
ସହିଦ ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଶୈକ୍ଷିକ ବାତାବରଣ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନକୁ ବଢ଼ାଇବାକୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି।
Politics
ବିଜେଡି ନେତାଙ୍କ ମୂଷା ଉପାକ୍ଷାନ
ମୂଷା ବଂଶ କ’ଣ ଲୋପ୍ କରାଯାଇପାରିବ ନାହିଁ କି ପ୍ରଶ୍ନରେ ସମ୍ୱିତ କହିଛନ୍ତି, ମୂଷା ବଂଶ କ’ଣ ନିପାତ ହୋଇପାରିବ? କାରଣ ସେମାନଙ୍କର ପ୍ରଜନନ କ୍ଷମତା ଅଧିକ। ତେଣୁ ସେମାନେ ରହିବେ। ସେମାନଙ୍କ ବଂଶ ଲୋକ କରିହେବନି।