Advertisment

Vigilance Raid: ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର, ଭିଜିଲାନ୍ସ ଟିମ୍‌କୁ ଦେଖି ଫେରାର ହେବାକୁ କରିଥିଲେ ପ୍ରୟାସ

ଫରେଷ୍ଟର ଗୌରାଙ୍ଗ ସାହୁ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।

author-image
Jitendra Garnayak
Forester

ଫରେଷ୍ଟର ଗୌରାଙ୍ଗ ସାହୁ

ଲାଞ୍ଚ ନେଇ ଭିଜିଲାନ୍ସ (Vigilance) ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ଜଣେ ବ୍ୟକ୍ତି ତାଙ୍କ ଜମିରେ ଥିବା କିଛି ଶୁଖିଲା ୟୁକାଲିପଟାସ ଗଛକୁ କାଟି ଅନ୍ୟତ୍ର ପଠାଇବା ପାଇଁ ଅନୁମତି ଦେବାକୁ ଫରେଷ୍ଟର ଗୌରାଙ୍ଗ ସାହୁଙ୍କ ନିକଟରେ ଆବେଦନ କରିଥିଲେ। ହେଲେ ଏଥିପାଇଁ ଅନୁମତି ଦେବାକୁ ଫରେଷ୍ଟର ଶ୍ରୀ ସାହୁ ତାଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହା ପରେ ସେହି ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ଅନୁସାରେ ବ୍ୟକ୍ତି ଜଣଙ୍କ ଆଜି ଫରେଷ୍ଟର ଶ୍ରୀ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ଭେଟି ୫୦୦୦ ଟଙ୍କା ଦେଇଥିଲେ। ଫରେଷ୍ଟର ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଭିଜିଲାନ୍ସ ଟିମ୍‌କୁ ଦେଖି ସେଠାରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ଫରେଷ୍ଟର ଶ୍ରୀ ସାହୁ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ସମସ୍ତ (୫ ହଜାର ଟଙ୍କା) ଲାଞ୍ଚ ଅର୍ଥ ଜବତ କରିଥିଲେ। 

Advertisment

ଫରେଷ୍ଟର ଶ୍ରୀ ସାହୁ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।

ଏହି ଘଟଣା ନେଇ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି। 

Vigilance