Advertisment

Vigilance Trap: ଭିଜିଲାନ୍ସ ଜାଲରେ ଫରେଷ୍ଟର; ୩ ମହଲା କୋଠା, ୯ ପ୍ଲଟ୍ ଓ ୭ ଗାଡ଼ି ସହିତ ଅନ୍ୟାନ୍ୟ ସଂପତ୍ତି ଠାବ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଥିବା ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ତାଙ୍କର ବହୁ ସଂପତ୍ତି ଥିବା ଜଣାପଡ଼ିଛି।

Vigilance
Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ସେକ୍ସନ ଦାୟିତ୍ଵରେ ଥିବା ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ତାଙ୍କର ତାଙ୍କର ବହୁ ସଂପତ୍ତି ଥିବା ଜଣାପଡ଼ିଛି।

Advertisment

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭବାନୀପାଟଣାର ହିଲ୍ ଟାଉନ ଅଞ୍ଚଳରେ ତାଙ୍କର ଏକ ୩ ମହଲା କୋଠା ରହିଛି। ଏହା ପାଖାପାଖି ୫୩୦୦ ବର୍ଗଫୁଟ ଜାଗାରେ ୨୦୨୨ରୁ ୨୦୨୪ ମସିହା ଭିତରେ ନିର୍ମିତ ହୋଇଛି।

ଫରେଷ୍ଟର ଶ୍ରୀ ବେହେରାଙ୍କର ୯ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ସବୁ ପ୍ଲଟ ଭବାନୀପାଟଣାରେ ଅଛି। ତାଙ୍କ ଘର ଓ ପ୍ଲଟଗୁଡ଼ିକ ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ମାପଚୁପ ଜାରି ରହିଛି।

Advertisment

ସେହିଭଳି ଭିଜିଲାନ୍ସ ଫରେଷ୍ଟର ଶ୍ରୀ ବେହେରାଙ୍କର ୭ଟି ଗାଡ଼ି ଠାବ କରିଛି। ତା’ ମଧ୍ୟରେ ରହିଛି ଦୁଇଟି ଚାରି ଚକିଆ (TOYOTA Urban Cruiser ଓ Bolero), ଗୋଟିଏ ଦୁଇ ଚକିଆ ଓ ୪ଟି ଟ୍ରାକ୍ଟର। ସେହିଭଳି ତାଙ୍କର ୨ଟି Kubota ହାର୍ଭେଷ୍ଟର ମେସିନ ରହିଛି।  TOYOTA Urban Cruise ଓ ଗୋଟିଏ ଦୁଇ ଚକିଆ ଗାଡ଼ିକୁ ଛାଡ଼ି ଦେଲେ ବାକିତକ ବେନାମୀ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି।

ଏସବୁ ସହିତ ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରୁ ପ୍ରାୟ ୨୧୦ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି। ତାଙ୍କର ବ୍ୟାଙ୍କ ଓ ପୋଷ୍ଟାଲ ଜମା ଅଛି। ତା’ ସହିତ ଅନ୍ୟାନ୍ୟ ନିବେଶ ମଧ୍ୟ ରହିଛି। ଏସବୁ ନିବେଶରେ ତାଙ୍କର କେତେ ଟଙ୍କା ରହିଛି, ଭିଜିଲାନ୍ସ ତା’ର ତଦନ୍ତ ଜାରି ରଖିଛି। ଭବାନୀପାଟଣା ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ତାଙ୍କର ଏକ ଲକର ଅଛି। ତାକୁ ଖୋଲି ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ କହିଛି। 
ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି। 

ଭିଜିଲାନ୍ସର ସୂଚନା ଅନୁଯାୟୀ, ୨୦୦୦ ମସିହା ଅଗଷ୍ଟ ୨୦ ତାରିଖରେ ଜଣେ ଫରେଷ୍ଟ ଗାର୍ଡ ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ ଶ୍ରୀ ବେହେରା। ସେତେବେଳେ ସେ କଳାହାଣ୍ଡିର ଉତ୍ତର ବନଖଣ୍ଡ ଡିଏଫଓଙ୍କ ଅଫିସରେ ନିଯୁକ୍ତି ପାଇଥିଲେ। ତାଙ୍କର ପ୍ରାରମ୍ଭିକ ଦରମା ୩୦୦୦ ଟଙ୍କା ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe