Advertisment

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଗାଡ଼ିରୁ ମିଳିଲା ୨ଲକ୍ଷ ଟଙ୍କା

ଭବାନୀପାଟଣା(ରାଜ କୁମାର ସିଂହ ଦେଓ): ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଦକ୍ଷିଣ ବନଖଣ୍ଡ ଶଗଡ଼ା ରେଞ୍ଜର ଫରେଷ୍ଟର ଯୋଗେନ୍ଦ୍ର ମାଝି। ତାଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ପଚରାଉଚରା କରୁଛି। ଗତକାଲି ବିଳମ୍ବିତ ରାତିରେ ଯୋଗେନ୍ଦ୍ର ୨ ଲକ୍ଷ ଟଙ୍କା ନେଇ ବାଇକ୍‌ରେ ଘରକୁ ଫେରୁଥିଲେ। ଫରେଷ୍ଟର ଟଙ୍କା ନେଇ ଯାଉଥିବା ଭିଜିଲାନ୍ସ ଟିମ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ଭବାନୀପାଟଣା ଇରିଗଗ୍ରେସନ କଲୋନୀ ଛକଠାରେ ମାଲକାନଗିରି […]

ଅଦ୍ୟତନ ହୋଇଛି
ଭିଜିଲାନ୍ସ ଜାଲରେ ଫରେଷ୍ଟର, ଗାଡ଼ିରୁ ମିଳିଲା ୨ଲକ୍ଷ ଟଙ୍କା

vigilance

Advertisment

ଭବାନୀପାଟଣା(ରାଜ କୁମାର ସିଂହ ଦେଓ): ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଦକ୍ଷିଣ ବନଖଣ୍ଡ ଶଗଡ଼ା ରେଞ୍ଜର ଫରେଷ୍ଟର ଯୋଗେନ୍ଦ୍ର ମାଝି। ତାଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ପଚରାଉଚରା କରୁଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଯୋଗେନ୍ଦ୍ର ୨ ଲକ୍ଷ ଟଙ୍କା ନେଇ ବାଇକ୍‌ରେ ଘରକୁ ଫେରୁଥିଲେ। ଫରେଷ୍ଟର ଟଙ୍କା ନେଇ ଯାଉଥିବା ଭିଜିଲାନ୍ସ ଟିମ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ଭବାନୀପାଟଣା ଇରିଗଗ୍ରେସନ କଲୋନୀ ଛକଠାରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଭିଜିଲାନ୍ସ କର୍ମଚାରୀ ଛକି ରହିଥିଲେ। ଯୋଗେନ୍ଦ୍ର ଇରିଗ୍ରେସନ କଲୋନୀ ଛକରେ ପହଞ୍ଚିବା ପରେ ସେମାନେ ତାଙ୍କୁ ଅଟକାଇଥିଲେ। ଯୋଗେନ୍ଦ୍ରଙ୍କୁ ପଚରାଉଚରା କରିବା ପରେ ତାଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍। ପରେ ତାଙ୍କୁ  ଭବାନୀପାଟଣା ଆଣି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍। ଯୋଗେନ୍ଦ୍ର ଏତେ ଟଙ୍କା କେଉଁଠି ଆଣିଲେ, କ’ଣ ପାଇଁ ଏତେ ଟଙ୍କା ନେଇ ଘରକୁ ଯାଉଥିଲେ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି।

ଇରିଗଗ୍ରେସନ କଲୋନୀ ଛକରେ ଯୋଗେନ୍ଦ୍ରଙ୍କ ପରିବାର ଭଡ଼ାରେ ରହୁଛନ୍ତି। ଗତକାଲି ରାତିରେ ଫରେଷ୍ଟର ଟଙ୍କା ନେଇ ଘରକୁ ଯାଉଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe