/odisha-reporter/media/media_files/2026/02/26/cept-2026-02-26-11-51-35.jpg)
ଏକକ ପିଜି ପ୍ରବେଶିକା ପରୀକ୍ଷା ବା Common PG Entrance Test (CPET) ପାଇଁ ଫେବ୍ରୁଆରୀ ୨୭ ତାରିଖ (ଆସନ୍ତାକାଲି) ଠାରୁ ଆରମ୍ଭ ହେବ ଫର୍ମ ପୂରଣ ପ୍ରକ୍ରିୟା। ଏହି ପ୍ରକ୍ରିୟା ସାମ୍ସ ପୋର୍ଟାଲରେ ମାର୍ଚ୍ଚ ୧୫ ତାରିଖ ଯାଏ ଚାଲିବ। ଏପ୍ରିଲ ମାସ ୨୭ ତାରିଖରୁ ମେ' ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ତା’ପରେ ମାର୍କ ଅଧାରରେ ହିଁ ସ୍ନାତକୋତ୍ତର ଶିକ୍ଷା ପାଇଁ ଚୟନ ହେବେ ଛାତ୍ରଛାତ୍ରୀ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏକ ପ୍ରେସ୍ ନୋଟ୍ ଜାରି କରି କୁହାଯାଇଛି, ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ Common PG Entrance Test (CPET)ରେ ଅଂଶଗ୍ରହଣ କରିବାକୁ ପଡ଼ିବ।
CPET ପାଇଁ ଛାତ୍ରଛାତ୍ରୀମାନେ ଫେବ୍ରୁଆରୀ ମାସ ୨୭ ତାରିଖରୁ ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲକୁ ଯାଇ Common Application Form (CAF) ପୂରଣ କରିପାରିବେ। ଏପ୍ରିଲ ମାସ ୨୭ ତାରିଖରୁ ମେ' ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହି ପ୍ରବେଶିକା ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ।
ଏଥିସହ ଜୁଲାଇ ୧୦ ତାରିଖ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସଠିକ ସମୟରେ ସ୍ନାତକୋତ୍ତର ପାଠ୍ୟକ୍ରମର ପାଠପଢ଼ା ସମାପ୍ତ ହେବା ସହ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
