Advertisment

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜର ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡୁ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି।ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି।ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ ୨୦୦୯ରୁ ୧୪ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜର ବିଜେଡି ସାଂସଦ ଥିବା ଶ୍ରୀ ଟୁଡ଼ୁ ୨୦୧୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବଂଚିତ ହୋଇଥିଲେ।ସେବେଠୁ ତାଙ୍କୁ ଦଳର […]

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ

7

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜର ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡୁ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି।ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି।ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି।

Advertisment

ମିଳିଥିବା ସୂଚନା ଅନୁସାରେ ୨୦୦୯ରୁ ୧୪ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜର ବିଜେଡି ସାଂସଦ ଥିବା ଶ୍ରୀ ଟୁଡ଼ୁ ୨୦୧୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବଂଚିତ ହୋଇଥିଲେ।ସେବେଠୁ ତାଙ୍କୁ ଦଳର ସାଂଗଠନିକ କାର୍ଯ୍ୟରେ ଏକପ୍ରକାର ଅଣଦେଖା କରାଯାଉଥିଲା।ବିଜେଡି ଚଳିତଥର ମୟୂରଭଞ୍ଜରୁ ଡାକ୍ତର ଦେବାଶୀଷ ମାର୍ଣ୍ଡିଙ୍କୁ ପ୍ରାର୍ଥୀ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜାଣିବା ପରେ ଶ୍ରୀ ଟୁଡ଼ୁ ଦଳ ଛାଡ଼ିଛନ୍ତି।

ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟରେ ବ୍ୟାପକ ବିଶୃଙ୍ଖଳା ଲାଗି ରହିଛି। ସଂଗଠନ କାର୍ଯ୍ୟ ବୁଝିବା ପାଇଁ ଯେଉଁ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ଏକତରଫା ଭାବେ ନିଷ୍ପତ୍ତି ନେଉଥିବାରୁ ଏବେ ବିଜେଡିର ପୁରୁଣା ନେତାମାନେ ନିଜକୁ ଅସହାୟ ମନେ କରି ଦଳ ଛାଡ଼ୁଥିବା ଚର୍ଚ୍ଚା ହେଉଛି।

Advertisment

ସୂତ୍ର ଅନୁସାରେ ଶ୍ରୀ ଟୁଡ଼ୁ ଆଗାମୀ ନିର୍ବାଚନରେ ବିଧାନସଭା ପ୍ରାର୍ଥୀ ହେବାକୁ ଯୋଜନା କରୁଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe