Advertisment

ଝିଅ ଅନ୍ୟ ଜାତିରୁ ବାହା ହୋଇଥିବାରୁ ବାସନ୍ଦ ହେଲେ ପୂର୍ବତନ ବିଧାୟକ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ସଂପ୍ରଦାୟର ଲକ୍ଷ୍ମଣ ରେଖା ଡେଇଁ ହରଡ଼ଘଣାରେ ପଡ଼ିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକ। ଝିଅକୁ ଅନ୍ୟ ଜାତିରେ ବାହା ଦେଇଥିବାରୁ ସଦନଙ୍କୁ ବାସନ୍ଦ କରିଛି ଭତରା ସମାଜ। ଅନ୍ୟ ଜାତିରେ ଝିଅ ବାହା ଦେଇ ସଦନ ଆଦିବାସୀ ସମାଜର ପରମ୍ପରା ଭାଙ୍ଗିଥିବା ଅଭିଯୋଗ ହୋଇଛି। ତେଣୁ ଜାତି ଅନୁଶାସନ ଭଙ୍ଗ ଅଭିଯୋଗରେ ତାଙ୍କୁ ବାସନ୍ଦ କରାଯାଇଛି। ସେହିପରି ତାଙ୍କ ଝିଅ ବାହାଘର ଭୋଜିରେ ଯୋଗଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ […]

author-image
Manoranjan Sial
ଝିଅ ଅନ୍ୟ ଜାତିରୁ ବାହା ହୋଇଥିବାରୁ ବାସନ୍ଦ ହେଲେ ପୂର୍ବତନ ବିଧାୟକ

nabarangapur

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ସଂପ୍ରଦାୟର ଲକ୍ଷ୍ମଣ ରେଖା ଡେଇଁ ହରଡ଼ଘଣାରେ ପଡ଼ିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକ। ଝିଅକୁ ଅନ୍ୟ ଜାତିରେ ବାହା ଦେଇଥିବାରୁ ସଦନଙ୍କୁ ବାସନ୍ଦ କରିଛି ଭତରା ସମାଜ। ଅନ୍ୟ ଜାତିରେ ଝିଅ ବାହା ଦେଇ ସଦନ ଆଦିବାସୀ ସମାଜର ପରମ୍ପରା ଭାଙ୍ଗିଥିବା ଅଭିଯୋଗ ହୋଇଛି। ତେଣୁ ଜାତି ଅନୁଶାସନ ଭଙ୍ଗ ଅଭିଯୋଗରେ ତାଙ୍କୁ ବାସନ୍ଦ କରାଯାଇଛି। ସେହିପରି ତାଙ୍କ ଝିଅ ବାହାଘର ଭୋଜିରେ ଯୋଗଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ଭୂଜବଳ ମାଝୀ ଓ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ବିରୋଧରେ ମଧ୍ୟ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଏହି ତିନି ଜଣଙ୍କୁ ସାମୟିକ ବାସନ୍ଦ କରିଛି ଭତରା ସମାଜ।

Advertisment

publive-image ସେପଟେ ଅନ୍ୟ ଜାତିରେ ଝିଅ ବାହାଘର ପାଇଁ ନୁହେଁ, ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଅଭିସନ୍ଧି ରଖି ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ସଦନ ଅଭିଯୋଗ କରିଛନ୍ତି। ସେହିପରି ବାହାଘର ଭୋଜିରେ ଯୋଗ ଦେଇଥିବା ସଂପ୍ରଦାୟର ଅନ୍ୟ ୩ ନେତା ମଧ୍ୟ ସେମାନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି।