/odisha-reporter/media/post_attachments/uploads/2022/06/vigilance.jpg)
vigilance
କଟକ(ଓଡ଼ିଶା ରିପୋର୍ଟ): ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ନେଇ ଆରଡବ୍ଲୁଏସଏସ(ଗ୍ରାମ୍ୟ ପାନୀୟଜଳ ଓ ପରିମଳ) କଟକ ଡିଭିଜନ-୨ର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିବରାମ ବିଶ୍ୱାଳଙ୍କୁ ଆଜି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ୬ମାସ ଜେଲ ଦଣ୍ଡାଦେଶ କରାଯାଇଛି।
Advertisment
ଏହି ଯନ୍ତ୍ରୀ ପ୍ରାୟ ୨୩ ଲକ୍ଷ ୮୩ ହଜାର ୭୮୬ ଟଙ୍କା ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିଲେ। ଭିଜିଲାନ୍ସ କଟକ ଡିଭିଜନର ପୂର୍ବତନ ଇନ୍ସପେକ୍ଟର ସରୋଜ ରାୟ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ବେଳେ କଟକ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପିପି ବିରେନ କୁମାର ପଣ୍ଡା ମାମଲା ଲଢ଼ୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
