Advertisment

୨୭ରେ ବିଜେପିରେ ମିଶି ପାରନ୍ତି ଅପରାଜିତା ଷଡ଼ଙ୍ଗୀ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ୨୭ତାରିଖରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇପାରନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିବେ ବୋଲି ଅପରାଜିତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଅବଶ୍ୟ ଏନେଇ ଆନୁଷ୍ଠାନିକ ଭାବେ କିଛି ଖବର ନାହିଁ ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି। ସୂଚନା ଅନୁସାରେ, ସରକାରୀ ଚାକିରିରୁ ଅବସର ନେଇଥିବା ଶ୍ରୀମତୀ ଷଡ଼ଙ୍ଗୀ ଏବେ […]

୨୭ରେ ବିଜେପିରେ ମିଶି ପାରନ୍ତି ଅପରାଜିତା ଷଡ଼ଙ୍ଗୀ !

8

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ୨୭ତାରିଖରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇପାରନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିବେ ବୋଲି ଅପରାଜିତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଅବଶ୍ୟ ଏନେଇ ଆନୁଷ୍ଠାନିକ ଭାବେ କିଛି ଖବର ନାହିଁ ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି।

Advertisment

ସୂଚନା ଅନୁସାରେ, ସରକାରୀ ଚାକିରିରୁ ଅବସର ନେଇଥିବା ଶ୍ରୀମତୀ ଷଡ଼ଙ୍ଗୀ ଏବେ ଭୁବନେଶ୍ୱରରେ ଅଛନ୍ତି। ସେ ଆସନ୍ତା ୨-୩ଦିନ ମଧ୍ୟରେ ଦିଲ୍ଲୀ ଗସ୍ତରେ ଯିବେ। ୨୭ ତାରିଖରେ ଦଳର ଜାତୀୟ ସଭାପତି ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଓଡ଼ିଶା ଫେରିବା ପରେ ତାଙ୍କୁ ଡିସେମ୍ବର ୧ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ।

ଅବଶ୍ୟ ବିଜେପିରେ ସାମିଲ ହେବା ସମ୍ପର୍କରେ ଅପରାଜିତାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଶ୍ରୀମତୀ ଷଡ଼ଙ୍ଗୀ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe