Advertisment

ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍: ଇଡିରେ ହାଜର ହେଲେ ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ରେ ଆଜି ହାଜର ହୋଇଛନ୍ତି ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କରେ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି। ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କରେ ଦୀର୍ଘଦିନ ବ୍ୟବଧାନ ପରେ ଇଡି କାହିଁକି ପ୍ରଭାତଙ୍କୁ ଡାକିଲା, କେଉଁ ତଥ୍ୟ ହାସଲ କରିବାକୁ ଚାହୁଁଛି ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରଭାତଙ୍କୁ ଆଜି ହାଜର ହେବା ପାଇଁ ଇଡି ପକ୍ଷରୁ ନୋଟିସ୍ କରାଯାଇଥିଲା। ସୂଚନାଯୋଗ୍ୟ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ମାମଲାରେ […]

ଅଦ୍ୟତନ ହୋଇଛି
ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍: ଇଡିରେ ହାଜର ହେଲେ ପ୍ରଭାତ ତ୍ରିପାଠୀ

BjD

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ରେ ଆଜି ହାଜର ହୋଇଛନ୍ତି ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କରେ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି। ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କରେ ଦୀର୍ଘଦିନ ବ୍ୟବଧାନ ପରେ ଇଡି କାହିଁକି ପ୍ରଭାତଙ୍କୁ ଡାକିଲା, କେଉଁ ତଥ୍ୟ ହାସଲ କରିବାକୁ ଚାହୁଁଛି ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Advertisment

ପ୍ରଭାତଙ୍କୁ ଆଜି ହାଜର ହେବା ପାଇଁ ଇଡି ପକ୍ଷରୁ ନୋଟିସ୍ କରାଯାଇଥିଲା।

ସୂଚନାଯୋଗ୍ୟ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ମାମଲାରେ ୨୦୧୪ ମସିହା ଅକ୍ଟୋବର ୩୧ ତାରିଖରେ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିଥିଲା। ୨୦୧୫ ମାର୍ଚ୍ଚ ୫ ତାରିଖରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ଗିରଫ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ। କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଥିଲା ବିଜେଡି।

ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ବାଙ୍କୀ ମହୋତ୍ସବ ପାଇଁ ଟଙ୍କା କାରବାର ନେଇ ଏକ ଅଡିଓ ଟେପ୍ ସାମ୍ନାକୁ ଆସିବା ପରେ ସିବିଆଇ ପ୍ରଭାତ ତ୍ରିପାଠୀଙ୍କୁ ଗିରଫ କରିଥିଲା। ସେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡରୁ ୪୨ ଲକ୍ଷ ଟଙ୍କା ନେଇଥିବା ସିବିଆଇ ଅଭିଯୋଗ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe