ପୂର୍ବତନ ବିଧାୟକଙ୍କ ସାଂଘାତିକ ଅଭିଯୋଗ, କହିଲେ- ପିସି ବିନା ଚିଲିକାରେ ମିଳୁନି କାମ

ବାଲୁଗାଁ(ଓଡ଼ିଶା ରିପୋର୍ଟର): ‘ବିନା ପିସିରେ ଚିଲିକାରେ ହେଉନି ଗୋଟିଏ ବି କାମ । ୫ ପ୍ରତିଶତ ପିସି ଦେଲେ ମିଳୁଛି କାମ ।  ଜୋରସୋରରେ ଚାଲିଛି ଠିକାଦାର ପ୍ରୀତି ନୀତି। ଚିଲିକାକୁ ଲୁଣ୍ଠନ କରିବାକୁ ଲାଗି ପଡ଼ିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ସହଯୋଗୀ।’ ଚିଲିକା ବିଧାୟକଙ୍କ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ । ଫଳରେ ଦଳୀୟ ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିବାକୁ ଲାଗିଥିବା ବେଳେ ଏହାକୁ […]

pic

pic

Niharika Rout
  • Published: Thursday, 01 December 2022
  • Updated: 01 December 2022, 10:52 AM IST

ବାଲୁଗାଁ(ଓଡ଼ିଶା ରିପୋର୍ଟର): ‘ବିନା ପିସିରେ ଚିଲିକାରେ ହେଉନି ଗୋଟିଏ ବି କାମ । ୫ ପ୍ରତିଶତ ପିସି ଦେଲେ ମିଳୁଛି କାମ ।  ଜୋରସୋରରେ ଚାଲିଛି ଠିକାଦାର ପ୍ରୀତି ନୀତି। ଚିଲିକାକୁ ଲୁଣ୍ଠନ କରିବାକୁ ଲାଗି ପଡ଼ିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ସହଯୋଗୀ।’ ଚିଲିକା ବିଧାୟକଙ୍କ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ । ଫଳରେ ଦଳୀୟ ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିବାକୁ ଲାଗିଥିବା ବେଳେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

।  ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ କର୍ମୀ ସମ୍ମିଳନୀ କରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି ବିଧାୟକ ବିନା ପିସିରେ କାହାକୁ କାମ ଦେଉ ନାହାନ୍ତି ।  ଏପରିକି ସେ ତାଙ୍କ ବିରୋଧରେ ଦୁର୍ନୀତି ଓ ହରିଲୁଟ ଆଦି ଅଭିଯୋଗ ବି ଆଣିଛନ୍ତି।

ସେହିଭଳି ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଓ ସାଂସଦଙ୍କ ପ୍ରତିନିଧି ମାନସ ପ୍ରଧାନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ରଘୁନାଥ । ଏମାନେ ମିଳିମିଶି ଚିଲିକାକୁ ଲୁଟ୍ କରୁଥିବା କର୍ମୀ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି। ଏଭଳି ଦୁର୍ନୀତିକୁ ଯଦି ମୁଖ୍ୟମନ୍ତ୍ରୀ ସମୀକ୍ଷା ନ କରନ୍ତି, ତେବେ ୨୦୨୪ ନିର୍ବାଚନ ବିଜେଡି ବିଜୟରେ ଏହା କଣ୍ଟା ସାଜିବ ବୋଲି ଚେତାଇ ଦେଇଛନ୍ତି ପୂର୍ବତନ ବିଧାୟକଜଣକ ।

ସେପଟେ ରଘୁ ସାହୁଙ୍କ ବୟାନକୁ ତୀବ୍ର ବିରୋଧ କରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୋଷ୍ଠୀ  ଗତକାଲି ବାଲୁଗାଁରେ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ସେମାନେ ରଘୁ ସାହୁଙ୍କ ବିରୋଧରେ ନାରା ଦେବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ରଘୁ ସାହୁ ଯାହା କହିଛନ୍ତି, ତାହା ବିଜେପିର କଥା ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା । ଏନେଇ ସେ କହିଛନ୍ତି, ରଘୁ ସାହୁ ବିଜେଡି ଭିତରେ ବିଭେଦ ସୃଷ୍ଟି କରିବାକୁ ଷଡଯନ୍ତ୍ର କରୁଛନ୍ତି। ସେ ପୂର୍ବରୁ ବିଜେଡିକୁ ବିରୋଧ କରି ଆସୁଛନ୍ତି। ସେ ଏବେ ଯେଉଁ ଅଭିଯୋଗ କରୁଛନ୍ତି ତାହା ବିଜେପିର ଲିଖିତ କଥା, ଯାହାକି ରଘୁନାଥ ସାହୁଙ୍କ ମୁଖରୁ ବାହାରୁଛି।

ସେପଟେ ଏ ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।  ଚିଲିକା ବିଜେଡିର ଏହି ୨ ହେଭିୱେଟ ନେତା ଏବେ ମୁହାଁମୁହିଁ ହୋଇଥିବା ବେଳେ ଏହି ବିବାଦ ଆଗକୁ କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos