Advertisment

ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବୈଜୟନ୍ତ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି- “ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ପଶ୍ଚିମବଙ୍ଗରେ ଆକ୍‌ସନ୍‌ ନେଉଥିବା ବେଳେ ଓଡ଼ିଶାରେ କେବଳ ବକ୍ତବ୍ୟ ଓ ନୋଟିସ୍‌ରେ ତଦନ୍ତ ସୀମିତ ରହିଛି। ବିଗତ ଦିନରେ ଦୁଇ ଜାତୀୟ ଦଳ ଓଡ଼ିଶା ପ୍ରତି ଭୁଲ୍‌ କରିଛନ୍ତି। ଓଡ଼ିଶାରେ ହିଂସାକାଣ୍ଡ, ଦୁର୍ନୀତି ବଢ଼ିଲା ବେଳେ ଉଭୟ ଦଳ ସ୍ୱର ଉଠାଇଲେନି। ଆଉ ଏବେ ସ୍ୱର ଉଠାଉଛନ୍ତି। […]

author-image
Rakesh Mallick
ଅଦ୍ୟତନ ହୋଇଛି
ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବୈଜୟନ୍ତ

Baijayant-Jay-Panda-copy.jpg111

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି- “ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ପଶ୍ଚିମବଙ୍ଗରେ ଆକ୍‌ସନ୍‌ ନେଉଥିବା ବେଳେ ଓଡ଼ିଶାରେ କେବଳ ବକ୍ତବ୍ୟ ଓ ନୋଟିସ୍‌ରେ ତଦନ୍ତ ସୀମିତ ରହିଛି। ବିଗତ ଦିନରେ ଦୁଇ ଜାତୀୟ ଦଳ ଓଡ଼ିଶା ପ୍ରତି ଭୁଲ୍‌ କରିଛନ୍ତି। ଓଡ଼ିଶାରେ ହିଂସାକାଣ୍ଡ, ଦୁର୍ନୀତି ବଢ଼ିଲା ବେଳେ ଉଭୟ ଦଳ ସ୍ୱର ଉଠାଇଲେନି। ଆଉ ଏବେ ସ୍ୱର ଉଠାଉଛନ୍ତି। କିନ୍ତୁ ଠିକ୍‌ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉନି।”

Advertisment

ନିଜର ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବି ବୋଲି ବୈଜୟନ୍ତ କହିଛନ୍ତି। ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଓ କେନ୍ଦ୍ରାପଡା ଡେରାବିଶରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ସୂଚନା ଦେଇଛନ୍ତି।