Advertisment

‘ଭାଷା ଆନ୍ଦୋଳନ ପାଇଁ ବୈଷ୍ଣବଙ୍କ ଅବଦାନ ଅତୁଳନୀୟ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ରାଜ୍ୟସଭା ସାଂସଦ ତଥା ସାହିତ୍ୟିକ ବୈଷ୍ଣବ ଚରଣ ପରିଡ଼ାଙ୍କର ଆଜି ଏକ ଘରୋଇ ମେଡିକାଲ୍‌ରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କିଛି ଦିନ ତଳେ ଶ୍ରୀ ପରିଡ଼ା କେମୋଥେରାପି ନେଉଥିବା ବେଳେ ଶ୍ରୀଯୁକ୍ତ ପଣ୍ଡା ଯାଇ ତାଙ୍କୁ ଦେଖା କରିଥିଲେ। ସ୍ୱର୍ଗତ ପରିଡ଼ା ଜଣେ […]

‘ଭାଷା ଆନ୍ଦୋଳନ ପାଇଁ ବୈଷ୍ଣବଙ୍କ ଅବଦାନ ଅତୁଳନୀୟ’

baijayant-panda

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ରାଜ୍ୟସଭା ସାଂସଦ ତଥା ସାହିତ୍ୟିକ ବୈଷ୍ଣବ ଚରଣ ପରିଡ଼ାଙ୍କର ଆଜି ଏକ ଘରୋଇ ମେଡିକାଲ୍‌ରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କିଛି ଦିନ ତଳେ ଶ୍ରୀ ପରିଡ଼ା କେମୋଥେରାପି ନେଉଥିବା ବେଳେ ଶ୍ରୀଯୁକ୍ତ ପଣ୍ଡା ଯାଇ ତାଙ୍କୁ ଦେଖା କରିଥିଲେ।

Advertisment

ସ୍ୱର୍ଗତ ପରିଡ଼ା ଜଣେ ଦକ୍ଷ ରାଜନେତା ହେବା ସାଙ୍ଗକୁ ଜଣେ ସୁସାହିତ୍ୟିକ ଓ ସାମାଜିକ କର୍ମୀ ଥିଲେ।  ଓଡ଼ିଆକୁ ସରକାରୀ ଭାଷା ମାନ୍ୟତା ଦେବା ଲାଗି ତାଙ୍କର ଓ ତାଙ୍କ ନେତୃତ୍ଵରେ ଚାଲିଥିବା ଭାଷା ଆନ୍ଦୋଳନ ଅବଦାନ ଉଲ୍ଲେଖନୀୟ। ତାଙ୍କର ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ବୋଲି ବୈଜୟନ୍ତ କହିଛନ୍ତି।

ଶ୍ରୀ ପଣ୍ଡା ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe