Advertisment

ମାଙ୍କଡ଼ ଭିଡିଓକୁ ନେଇ ବିଜେଡିକୁ ବୈଜୟନ୍ତଙ୍କ କଟାକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଗୋଟିଏ ଯାତ୍ରୀବାହୀ ବସ୍ ଚଳାଉଥିବା ମାଙ୍କଡ଼ ଓ ଡ୍ରାଇଭରର ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରି ପରୋକ୍ଷରେ ଶାସକ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ ନିଜର ଟ୍ୱିଟର୍ ପେଜରେ ଗୋଟିଏ ୪୯ ସେକେଣ୍ଡର ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଡ୍ରାଇଭର ଥିବା ସତ୍ତ୍ୱେ ଷ୍ଟିୟରିଂ ଧରି ବସକୁ ମାଙ୍କଡ଼ଟିଏ ଚଳାଉଥିବା ଦେଖିବାକୁ ମିଳିଛି। ଆଉ ଏହି ଭିଡିଓର କାହାଣୀକୁ ବିଜେଡିର ପରିଚାଳନା ସହ […]

ଅଦ୍ୟତନ ହୋଇଛି
ମାଙ୍କଡ଼ ଭିଡିଓକୁ ନେଇ ବିଜେଡିକୁ ବୈଜୟନ୍ତଙ୍କ କଟାକ୍ଷ

Bijayant-jay-panda final

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଗୋଟିଏ ଯାତ୍ରୀବାହୀ ବସ୍ ଚଳାଉଥିବା ମାଙ୍କଡ଼ ଓ ଡ୍ରାଇଭରର ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରି ପରୋକ୍ଷରେ ଶାସକ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

Advertisment

ସେ ନିଜର ଟ୍ୱିଟର୍ ପେଜରେ ଗୋଟିଏ ୪୯ ସେକେଣ୍ଡର ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଡ୍ରାଇଭର ଥିବା ସତ୍ତ୍ୱେ ଷ୍ଟିୟରିଂ ଧରି ବସକୁ ମାଙ୍କଡ଼ଟିଏ ଚଳାଉଥିବା ଦେଖିବାକୁ ମିଳିଛି। ଆଉ ଏହି ଭିଡିଓର କାହାଣୀକୁ ବିଜେଡିର ପରିଚାଳନା ସହ ଯୋଡ଼ିଛନ୍ତି ବୈଜୟନ୍ତ।

publive-image

ଶ୍ରୀ ପଣ୍ଡା ଏହି ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି ଯେ, “ସେ ଯେଉଁ ରାଜନୀତିକ ଦଳରୁ ଆସିଛନ୍ତି ତାହା ସମସ୍ତେ ଜାଣନ୍ତି। ଆଉ ସେହି ଦଳର ସ୍ଥିତି ଏବେ ଭିଡିଓରେ ଥିବା ବସ୍ ଭଳି ହୋଇଛି । ଯାତ୍ରୀମାନେ ଆତଙ୍କିତ କିନ୍ତୁ ମାଙ୍କଡ଼ ବିରୋଧରେ ଆପତ୍ତି କରିବାକୁ ଭୟ କରୁଛନ୍ତି ।”

Advertisment

ଶ୍ରୀ ପଣ୍ଡା ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ସତରେ କ’ଣ ଆପଣ ମୂକ? ମୁଁ ସେହି ପ୍ରଶାସକଙ୍କ କଥା କହୁଛି ଯିଏ ମାଙ୍କଡ଼ ସାଜି ଦଳକୁ ନିୟନ୍ତ୍ରଣ କରୁଛି ।ଏହାକୁ ବୁଝିବା ପାଇଁ ସାମାନ୍ୟ ଆଇକ୍ୟୁ ଦରକାର। ଯଦି ‘ବସ୍ ’କୁ ‘ଦଳ’(ବିଜେଡି) ବୋଲି ଧରାଯାଏ, ତେବେ ଡ୍ରାଇଭର ହେଉଛନ୍ତି ଦଳର ମୁଖିଆ। ଆଉ ମାଙ୍କଡ଼(ଅନୁପ୍ରବେଶକାରୀ) ଯିଏକି ଏବେ ଦଳକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି।

ତେବେ ଶ୍ରୀ ପଣ୍ଡାଙ୍କ ଏହି ବସ୍ , ଡ୍ରାଇଭର ଓ ମାଙ୍କଡ଼ ଭିଡିଓ ସମ୍ପର୍କରେ ଟିପ୍ପଣୀକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ "ବାସ୍ତବରେ ଏହା ସତ" ବୋଲି କହିବାକୁ ଭୁଲି ନାହାନ୍ତି।

https://twitter.com/ANI/status/1048449639052201984

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe