Advertisment

ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ

ଯାଜପୁର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ଯାଜପୁରରୁ ୨ଥର ସାଂସଦ ନିର୍ବାଚିତ ହୋଇଥିଲେ। ସୂଚନା ମୁତାବକ, ଅଣ କଂଗ୍ରେସ ନେତା ଭାବେ ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ। ଏକଦା ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସମ୍ପାଦକ ହୋଇଥିଲେ। ୨୦୦୪ରେ ସେ ବିଜେଡିରେ ଯୋଗଦେଇଥିଲେ। […]

author-image
Niranjan Mishra
ଅଦ୍ୟତନ ହୋଇଛି
ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ

Mohan

ଯାଜପୁର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ଯାଜପୁରରୁ ୨ଥର ସାଂସଦ ନିର୍ବାଚିତ ହୋଇଥିଲେ।

Advertisment

ସୂଚନା ମୁତାବକ, ଅଣ କଂଗ୍ରେସ ନେତା ଭାବେ ସେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ। ଏକଦା ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସମ୍ପାଦକ ହୋଇଥିଲେ। ୨୦୦୪ରେ ସେ ବିଜେଡିରେ ଯୋଗଦେଇଥିଲେ। ଯାଜପୁର ପାଇଁ ବିଜେଡିରୁ ସାଂସଦ ଟିକେଟ୍ ପାଇ ଲଢ଼ିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ। ୨୦୦୯ରେ ମଧ୍ୟ ପୁନଶ୍ଚ ବିଜେଡିରୁ ଏମ୍‌ପି ଟିକେଟ୍ ପାଇ ଲଢ଼ିଥିଲେ ଓ ଯାଜପୁର ସାଂସଦ ହୋଇଥିଲେ। ହେଲେ ୨୦୧୪ରେ ତାଙ୍କୁ ବିଜେଡି ଆଉ ଟିକେଟ୍ ଦେଇ ନ ଥିଲା। ତେଣୁ ସେ ବିଜେଡି ଠାରୁ ଦୂରେଇ ଯାଇଥିଲେ। ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ।

ମୋହନ ଜେନାଙ୍କ ବିୟୋଗ ନେଇ ତାଙ୍କ ଝିଅ ଆଦ୍ୟା ଅନନ୍ଦିତା କହିଛନ୍ତି, ହଠାତ୍ ଏହି ଘଟଣା ସମସ୍ତଙ୍କୁ ଦୁଃଖର ସାଗରେ ଭସାଇ ଦେଇଛି। ସେ ସୁସ୍ଥ ହୋଇଯିବେ ବୋଲି ସମସ୍ତଙ୍କର ଆଶା ଥିଲା। ସେ ଜଣେ ସାମାଜିକ କର୍ମୀ ଭାବେ ଅଞ୍ଚଳରେ ପରିଚିତ ଥିଲେ। ୪ ବର୍ଷ ହେବ ସେ କିଡ୍‌ନୀ ରୋଗରେ ପୀଡ଼ିତ ରହିଥିଲେ। ନିୟମିତ ତାଙ୍କର ଡାଇଲିସିସ୍ ଚାଲିଥିଲା। ତେବେ ଗତମାସ ୨୦ ତାରିଖରେ ଯାଜପୁରର ଏକ ସାମାଜିକ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୨୧ ଦିନର ସଂଗ୍ରାମ ପରେ ସେ ହସ୍ପିଟାଲରେ ଆଖି ବୁଜି ଦେଇଛନ୍ତି। ମର ଶରୀରକୁ ଖାରବେଳନଗର ସ୍ଥିର ବାସଭବନକୁ ଯିଆଯିବା ପରେ ସେଠାରୁ ଯାଜପୁର ସ୍ଥିତ ଜନ୍ମମାଟିକୁ ନେଇ ଶେଷ ସଂସ୍କାର କରାଯିବ ବୋଲି ଆଦ୍ୟା କହିଛନ୍ତି।

Advertisment

ସେପଟେ ମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସେମତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।

https://twitter.com/Naveen_Odisha/status/1602278751282561024?s=20&t=dj1yXJdQsVRwic6yY33C4w

https://twitter.com/PandaJay/status/1602270598620536832?s=20&t=dj1yXJdQsVRwic6yY33C4w