Advertisment

ନିର୍ବନ୍ଧ ସରିଥିଲା, ହେଲେ କିଏ ଜାଣିଥିଲା ବିଧିର ଏମିତି ବିଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଳାସପୂର୍ଣ୍ଣ ଦାମୀ କାର୍ ଯେ ଦୁର୍ଘଟଣାଗ୍ରସ୍ତ ହେବନି କି ଯାତ୍ରୀଙ୍କର ଜୀବନ ଯିବନି ସେଭଳି ଭାବିବା ଭୁଲ୍ । କାରଣ ଦ୍ରୁତଗତିରେ ଡ୍ରାଇଭିଂ କଲେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିବାର ଆଶଙ୍କା ଅଧିକ।  ଯାହା ଦେଖିବାକୁ ମିଳିଛି କଟକ ତେଲେଙ୍ଗାପେଣ୍ଠରେ ଘଟିଥିବା ସଡ଼କ ଦୁର୍ଘଟଣାରୁ । ଅତ୍ୟାଧୁନିକ ଜାଗୁଆର୍ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅଙ୍କ ସହ ୩ ଜଣଙ୍କ ଜୀବନ ଯାଇଛି । ପୂର୍ବରୁ ଏଭଳି ଏକ […]

ଅଦ୍ୟତନ ହୋଇଛି
ନିର୍ବନ୍ଧ ସରିଥିଲା, ହେଲେ କିଏ ଜାଣିଥିଲା ବିଧିର ଏମିତି ବିଚାର

8bnm

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଳାସପୂର୍ଣ୍ଣ ଦାମୀ କାର୍ ଯେ ଦୁର୍ଘଟଣାଗ୍ରସ୍ତ ହେବନି କି ଯାତ୍ରୀଙ୍କର ଜୀବନ ଯିବନି ସେଭଳି ଭାବିବା ଭୁଲ୍ । କାରଣ ଦ୍ରୁତଗତିରେ ଡ୍ରାଇଭିଂ କଲେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିବାର ଆଶଙ୍କା ଅଧିକ।  ଯାହା ଦେଖିବାକୁ ମିଳିଛି କଟକ ତେଲେଙ୍ଗାପେଣ୍ଠରେ ଘଟିଥିବା ସଡ଼କ ଦୁର୍ଘଟଣାରୁ । ଅତ୍ୟାଧୁନିକ ଜାଗୁଆର୍ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅଙ୍କ ସହ ୩ ଜଣଙ୍କ ଜୀବନ ଯାଇଛି । ପୂର୍ବରୁ ଏଭଳି ଏକ ସଡ଼କ ଦୁର୍ଘଟଣାରେ ପତ୍ନୀଙ୍କୁ ବି ହରାଇଥିଲେ ଅମର ।

Advertisment

Picture of sad Amar pradhanଧୈର୍ଯ୍ୟ ଭାଙ୍ଗିଯାଉଛି। ଛାତି କୋରି ହୋଇଯାଉଛି। ଗୋଟିଏ ପରେ ଗୋଟିଏ ଶକ୍ତ ଆଘାତ ଆଜି ନିର୍ବାକ କରିଦେଇଛି ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କୁ । ଭାଗ୍ୟର ବିଡ଼ମ୍ବନା କହିବା ନା ବିଧିର ବିଧାନ, ପୂର୍ବରୁ ପତ୍ନୀ ଚାଲିଯାଇଥିଲେ ସଡ଼କ ଦୁର୍ଘଟଣାରେ। ଆଉ ଆଜି ଏକମାତ୍ର ପୁଅ ବି ଚାଲିଗଲା ମର୍ମନ୍ତୁଦ ଦୁର୍ଘଟଣାରେ । କିଛି ଦିନ ତଳେ ପୁଅର ନିର୍ବନ୍ଧ ସାରିଥିଲେ, ଦିନ କେଇଟା ପରେ ବାହାଘର ହୋଇଥାନ୍ତା । ସେତିକି ଖୁସି ବି ତାଙ୍କ ଭାଗ୍ୟରେ ଜୁଟିଲାନି । ଆଜି ନିଃସଙ୍ଗ ପାଲଟିଯାଇଛନ୍ତି ଅମର, ସାହା ଭରସା ବୋଲି ତାଙ୍କର ଆଉ କେହି ନାହିଁ। କାରଣ କଟକ ତେଲେଙ୍ଗାପେଣ୍ଠ ନିକଟରେ ପୁଅକୁ ମୃତ୍ୟୁର କୋରଡ଼କୁ ଭିଡ଼ିନେଲା ଏହି ଭୟଙ୍କର ଦୁର୍ଘଟଣା। ଏହି ଜାଗୁଆର ଅବସ୍ଥା ହିଁ ବୟାନ୍ କରୁଛି କେତେ ଭୟଙ୍କର ଥିଲା ଆକ୍ସିଡେଣ୍ଟ । ଯେଉଁଥିରେ ୩୧ ବର୍ଷିୟ ଅଙ୍କୁର ସମେତ ତିନି ଜଣଙ୍କ ଜୀବନ ଯାଇଛି।

publive-image

ସମୟ ରାତି ୨ଟା ୧୪ ମିନିଟ୍ । କଟକରେ ଖିଆପିଆ ସାରି ଜାଗୁଆର ଭୁବନେଶ୍ୱର ଫେରୁଥିଲେ ଅଙ୍କୁର। ସାଙ୍ଗରେ ଥିଲେ ୨ ସାଙ୍ଗ । କିନ୍ତୁ ଦ୍ରୁତଗତିରେ ଫେରୁଥିବାବେଳେ କଟକ ତେଲେଙ୍ଗାପେଣ୍ଠ ନିକଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏ ହେଉଛି ସେହି ଦୁର୍ଘଟଣାର LIVE ସିସିଟିଭି ଫୁଟେଜ୍। କାର୍ଟି ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତାକଡ଼ ଗଛରେ ପିଟି ହେବା ସହ ଖସିପଡ଼ିଲା ନିକଟ ଏକ କେନାଲକୁ। କାରଟି ଭାଙ୍ଗିରୁଜି ଚୁନା ହୋଇଯାଇଛି। ଅତ୍ୟାଧୁନିକ କାରରେ ସୁରକ୍ଷା କବଚ କୁହାଯାଉଥିବା ଏୟାରବ୍ୟାଗ୍ ବି ଫାଟିଯାଇଛି । ଫଳରେ ଅଙ୍କୁର, ତାଙ୍କ ସାଙ୍ଗ ପରମିତ୍ ଏବଂ କଟକ ଗୋପାଳପୁର ଗୌତମ ଦାସଙ୍କ ମୃତ୍ୟୁ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe