mp-car
କଟକ(ଓଡ଼ିଶା ରିପୋର୍ଟର): କଟକ ତେଲେଙ୍ଗାପେଣ୍ଠ ଦୁର୍ଘଟଣାରେ ୩ ମୃତକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରାଧନଙ୍କ ପୁଅ ଅଙ୍କୁର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ ସ୍ପଷ୍ଟ କରିଛି।
ସୂଚନାଯୋଗ୍ୟ, ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥ କଟକ ତେଲେଙ୍ଗାପେଣ୍ଠ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲକୁ ଏକ ଜାଗୁଆର୍ କାର୍ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି।
କାର୍ଟି ରାତି ପ୍ରାୟ ୩ଟାରେ କଟକ ଆଡୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ତେବେ ତେଲେଙ୍ଗା ପେଣ୍ଠ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଛୋଟ କେନାଲ ଭିତରକୁ ଖସିପଡିଥିଲା । ଗାଡିଟି ପାଣିରେ ବୁଡି ରହିଥିବା ବେଳେ ପୁଲିସ୍ ପହଞ୍ଚି ଗାଡିରେ ଥିବା ୩ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା ।
ଅଧିକ ପଢନ୍ତୁ: ମକଦ୍ଦମା ଧମକ ପରେ ଅପରାଜିତାଙ୍କ ଅଫିସ୍ ଖୋଲିଦେଲା ବିଏମ୍ସି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/mp-car.jpg)