Advertisment

ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ ଦାସଙ୍କ ପରଲୋକ

ଭବାନୀପାଟଣା(ରାଜକୁମାର ସିଂହଦେଓ): ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ ଦାସଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କଳାହାଣ୍ଡିରେ ଶୋକର ଛାୟା ଖେଳିଯାଇଛି। ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଦାସ, ଜଗନ୍ନାଥ ପଟ୍ଟନାୟକ, ରାହସବିହାରୀ ବେହେରା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ […]

ଅଦ୍ୟତନ ହୋଇଛି
ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ ଦାସଙ୍କ ପରଲୋକ

kalahandi

Advertisment

ଭବାନୀପାଟଣା(ରାଜକୁମାର ସିଂହଦେଓ): ପୂର୍ବତନ ରାଜ୍ୟସଭା ସାଂସଦ ବସନ୍ତ ଦାସଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କଳାହାଣ୍ଡିରେ ଶୋକର ଛାୟା ଖେଳିଯାଇଛି।

Advertisment

ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଦାସ, ଜଗନ୍ନାଥ ପଟ୍ଟନାୟକ, ରାହସବିହାରୀ ବେହେରା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଜନତା ଦଳରୁ ରାଜ୍ୟସଭା ସାଂସଦ ହେବାର ସୁଯୋଗ ପାଇଥିଲେ। ସେ ୧୯୯୦ରୁ ୧୯୯୬ ଯାଏ ଜନତା ଦଳର ପ୍ରାର୍ଥୀ ଭାବେ ରାଜ୍ୟସଭା ସଦସ୍ୟ ଥିଲେ। ଏହା ପୂର୍ବରୁ  ସେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ଭବାନୀପାଟଣା ମ୍ୟୁନିସିପାଲଟିର ଚେୟାରମ୍ୟାନ୍ ଥିଲେ।

Advertisment

ସ୍ୱର୍ଗତ ଦାସଙ୍କ ବଡ଼ପୁଅ ଦିଲ୍ଲୀରେ ରହୁଥିବାରୁ କରୋନା କଟକଣା ପାଇଁ ଆସିପାରି ନଥିଲେ। ତେଣୁ ତାଙ୍କ ମଝିଆ ପୁଅ ରାୟଗଡ଼ାରୁ ଆସିବା ପରେ ଅନ୍ତିମ ସଂସ୍କାର କରଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe