Advertisment

ଶୀତଳଷଷ୍ଠୀ ଯାତ୍ରାରେ ବୁଲିଲା ଖଣ୍ଡା, ପୂର୍ବତନ ସରପଞ୍ଚ ଓ ସହଯୋଗୀ ଗୁରୁତର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଶୀତଳଷଷ୍ଠୀ ଯାତ୍ରାରେ ବୋହିଲା ରକ୍ତର ନଈ। ଗାଁରେ ଶୀତଳଯାତ୍ରା ଚାଲିଥିବା ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କର୨ ଜଣ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗାଁରେ। ଆହତ ପୂର୍ବତନ ସରପଞ୍ଚ ମନୋଜ ସେଠୀଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅନ୍ୟ ଦୁଇ ଜଣ ଶଙ୍କର ଜେନା ଓ ଦୁର୍ଗା ପ୍ରସାଦ […]

ସାରୁଅ ସ୍ଥିତ ତରଙ୍ଗ ଷ୍ଟୁଡିଓ ସିକ୍ୟୁରିଟି ଅଫିସରଙ୍କୁ ସଂଘବଦ୍ଧ ଆକ୍ରମଣ

attack

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଶୀତଳଷଷ୍ଠୀ ଯାତ୍ରାରେ ବୋହିଲା ରକ୍ତର ନଈ। ଗାଁରେ ଶୀତଳଯାତ୍ରା ଚାଲିଥିବା ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କର୨ ଜଣ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗାଁରେ।

Advertisment

ଆହତ ପୂର୍ବତନ ସରପଞ୍ଚ ମନୋଜ ସେଠୀଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅନ୍ୟ ଦୁଇ ଜଣ ଶଙ୍କର ଜେନା ଓ ଦୁର୍ଗା ପ୍ରସାଦ ପ୍ରଧାନଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି।

ଗତକାଲି ମସିହାଖାଲି ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲିଥିଲା। ବିଳମ୍ବିତ ରାତିରେ ମନୋଜ ଓ ତାଙ୍କର ୨ ସହଯୋଗୀ ଗାଁ ନିକଟକୁ ଶୌଚ କରିବାକୁ ଯାଇଥିଲେ। ଏହି ସମୟରେ ୨୦ରୁ ଅଧିକ ଦୁର୍ବୃତ୍ତ ଆସି ସେମାନଙ୍କୁ ମାରାଣସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ଜଣେ ଆହତ ପ୍ରକାଶ କରିଛନ୍ତି। ମନୋଜ ଓ ତାଙ୍କ ସହଯୋଗୀ ଜୋରରେ ଚିତ୍କାର କରିବାରୁ ଗ୍ରାମବାସୀ ଧାଇଁ ଆସିଥିଲେ। ଦୁର୍ବୃତ୍ତମାନେ ଗ୍ରାମବାସୀଙ୍କୁ ଦେଖି ସେଠାରୁ ଚମ୍ପଟ ମାରିଥିଲେ। ପୂର୍ବତନ ସରପଞ୍ଚ ଓ ତାଙ୍କର ୨ ସହଯୋଗୀଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment

ରାଜନୈତିକ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଏନେଇ ପୂର୍ବତନ ସରପଞ୍ଚଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe