Advertisment

ପୂର୍ବତନ ବିଚାରପତି ଜଷ୍ଟିସ୍‌ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ପ୍ରଥମ ଅଧ୍ୟକ୍ଷ ଥିଲେ ଦେବପ୍ରିୟ। ତାଙ୍କ ମୃତ୍ୟୁରେ ଅନେକ ମାନଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ୧୯୩୭ ମସିହା ଅଗଷ୍ଟ ୩ ତାରିଖରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ଜନ୍ମଗ୍ରହଣ କରିଥିଲେ। ୧୯୬୦ ମସିହାରୁ ସେ ଓଡ଼ିଶା ହାଇକୋର୍ଟରେ […]

ଅଦ୍ୟତନ ହୋଇଛି
ପୂର୍ବତନ ବିଚାରପତି ଜଷ୍ଟିସ୍‌ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ

judge Deba Priya Mohapatra

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ପ୍ରଥମ ଅଧ୍ୟକ୍ଷ ଥିଲେ ଦେବପ୍ରିୟ। ତାଙ୍କ ମୃତ୍ୟୁରେ ଅନେକ ମାନଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Advertisment

୧୯୩୭ ମସିହା ଅଗଷ୍ଟ ୩ ତାରିଖରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ଜନ୍ମଗ୍ରହଣ କରିଥିଲେ। ୧୯୬୦ ମସିହାରୁ ସେ ଓଡ଼ିଶା ହାଇକୋର୍ଟରେ ଓକିଲାତି କରିବା ପରେ ୧୯୯୩ରୁ ୧୯୯୬ ଯାଏ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

ଏହାପ‌ରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ୧୯୯୬ରେ ଆହ୍ଲାବାଦ ନ୍ୟାୟଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ତୁଲାଇଥିଲେ। ୧୯୯୮ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

Advertisment

ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

https://twitter.com/PandaJay/status/1564877258073944065?s=20&t=n86Re44s82j5_Zam-DpaPg

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe