Advertisment

ପ୍ରତାପ ଷଡଙ୍ଗୀ କରୋନାରେ ଆକ୍ରାନ୍ତ, ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦୀର୍ଘଦିନ ଧରି ତାଙ୍କୁ ଥଣ୍ଡା ହୋଇଥିଲା। ଯେଉଁ କାରଣରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ଯାହା ପରେ ସେ ନିଜର କୋଭିଡ୍-୧୯ ପରୀକ୍ଷା କରାଇଥିଲେ। ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ଏ ନେଇ ସେ ବାଲେଶ୍ଵର ଚିକିତ୍ସା ଅଧିକାରୀ ଜଣାଇ ଥିଲେ। ତେବେ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଆଜି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍ସ ସ୍ଥାନାନ୍ତର […]

ପ୍ରତାପ ଷଡଙ୍ଗୀ କରୋନାରେ ଆକ୍ରାନ୍ତ, ଏମ୍ସରେ ଭର୍ତ୍ତି

Pratap Chandra Sarangi

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦୀର୍ଘଦିନ ଧରି ତାଙ୍କୁ ଥଣ୍ଡା ହୋଇଥିଲା। ଯେଉଁ କାରଣରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ଯାହା ପରେ ସେ ନିଜର କୋଭିଡ୍-୧୯ ପରୀକ୍ଷା କରାଇଥିଲେ। ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ଏ ନେଇ ସେ ବାଲେଶ୍ଵର ଚିକିତ୍ସା ଅଧିକାରୀ ଜଣାଇ ଥିଲେ। ତେବେ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଆଜି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍ସ ସ୍ଥାନାନ୍ତର କରାଯାଇଛି। ତାଙ୍କର ଶୁଭେଛୁ ଓ ଦଳୀୟ କର୍ମୀମାନେ ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି।

Advertisment

କରୋନାରେ ଆକ୍ରାନ୍ତ ହେବା ନେଇ ଖୋଦ୍ ନେଇ ପ୍ରତାପ ଷଡଙ୍ଗୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛି। ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜକୁ ସଂଗରୋଧରେ ରଖନ୍ତୁ ବୋଲି ମୁଁ ଅନୁରୋଧ କରୁଛି।

https://twitter.com/pcsarangi/status/1444627237416804352?s=20

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ଶୁଭେଚ୍ଛୁ ଶ୍ରୀ ଷଡଙ୍ଗୀଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ଷଡଙ୍ଗୀଙ୍କ ବ୍ୟତୀତ ବିଭିନ୍ନ ଦଳର ଅତି କମରେ ୪୫ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଓଡ଼ିଶାରୁ ମନ୍ତ୍ରୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଜୁଲାଇ ମାସରେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବାଲେଶ୍ୱରରୁ ଜିତିବା ପରେ ସେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତାଙ୍କୁ ଏମଏସ୍‌ଏମଇ ସହ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ଏହି ପଦରେ ପ୍ରାୟ ୨ ବର୍ଷ ରହିବା ପରେ ସେ ଆଜି ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି। ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମନ୍ତ୍ରୀ ହୋଇଥିବାରୁ ପ୍ରତାପ ଇସ୍ତଫା ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe