କେନ୍ଦୁଝର(ପ୍ରଣୟ ପାଣି): ଭୋଜି ଖାଇବାକୁ ଡାକିନେଇ ପୂର୍ବତନ ୱାର୍ଡ ମେମ୍ବରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ସଦର ଥାନା ମନୋହରପୁର ଗାଁରେ ଏଭଳି ଘଟଣା ଘଟିଛି। ପୂର୍ବତନ ୱାର୍ଡ ମେମ୍ବର ଜଣଙ୍କ ହେଲେ ମନୋହରପୁର ଗାଁର ଭାଗ୍ୟଧର ଘଣା।
ଗତକାଲି ରାତିରେ ଭାଗ୍ୟଧରଙ୍କୁ ତାଙ୍କ ସାଙ୍ଗ ଭୋଜି ଖାଇବାକୁ ପୋଖରୀ ପାର୍ଶ୍ୱକୁ ଡାକିଥିଲେ। ଭାଗ୍ୟଧର ଓ ତାଙ୍କ ସାଙ୍ଗ ତରଣୀସେନ ବାଇକ୍ ଯୋଗେ ସେଠାରେ ପହଞ୍ଚିଥିଲେ। ଭାଗ୍ୟଧରଙ୍କୁ ଡାକିଥିବା ୪ଜଣ ସାଙ୍ଗ ହଠାତ୍ ତାଙ୍କୁ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ତରଣୀସେନ ଜୀବନ ବଞ୍ଚାଇ ସେଠାରୁ ଖସି ପଳାଇ ଆସିଥିଲେ।
ଘଟଣାବିଷୟରେ ଭାଗ୍ୟଧରଙ୍କ ପରିବାର ଲୋକ ଓ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚିଲା ବେଳକୁ ଭାଗ୍ୟଧରଙ୍କୁ ସାଙ୍ଗମାନେ ହତ୍ୟା କରି ପୋଖରୀହୁଡ଼ାରେ ପକାଇ ଦେଇ ଚମ୍ପଟ ମାରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଫେରାର ହୋଇଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ପାରାଦୀପ ହେଉଛି ପ୍ରଗତିର ମୁଖଶାଳା’
ପାରାଦୀପ ହେଉଛି ପ୍ରଗତିର ମୁଖଶାଳା । ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟିତ କରି ଏଭଳି କହଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Accident
ବୋଇତ ବନ୍ଦାଣ ଉତ୍ସବ ବେଳେ ଅଘଟଣ, ମଝି ସମୁଦ୍ରରେ ଫସିଲା ଦୁଇ ବୋଟ୍
ସାଧବ ପୁଅଙ୍କୁ ନେଇ ସମୁଦ୍ରକୁ ଯାଇଥିବା ଦୁଇ ବୋଟ୍ ସମୁଦ୍ର ମଝିରେ ଫସି ରହିଛି। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ପ୍ରାୟ ୫୦ରୁ ଅଧିକ ଲୋକ ମଝି ସମୁଦ୍ରରେ ଫସି ରହିଛନ୍ତି।
Science & Environment
ଏନକ୍ଲୋଜରକୁ ଗଲା ବାଘୁଣୀ ଜିନତ୍, ୨୪ ଘଣ୍ଟା ରହିବ ନଜର
ଗତକାଲି ତା’ ନାଁ ଗଙ୍ଗା ବୋଲି କୁହାଯାଉଥିବା ବେଳେ ଆଜି କିନ୍ତୁ ଉକ୍ତ ବାଘୁଣୀର ନାଁ ‘ ଜିନତ୍’ ବୋଲି କହିଛନ୍ତି ପିସିସିଏଫ ।
Crime
ମା’ ପାଲଟିଗଲା ପଥର; ଛୁଆଙ୍କୁ ଚେଙ୍କ ଦେଲା ପ୍ରେମିକ
ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା। ପାଟି ଫିଟାଇବାର ଶାସ୍ତି ସ୍ୱରୁପ ମା’ ଆଗରେ ପିଲାଙ୍କୁ ଚେଙ୍କ ଦେଇ ଚାଲିଲା ତାଙ୍କ ପ୍ରେମିକ ।
Accident
ସକାଳୁ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୩ ଗୁରୁତର
ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ଓ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।