Advertisment

ପୂର୍ବତନ ୱାର୍ଡ ମେମ୍ବରଙ୍କୁ ପିଟି ପିଟି ହତ୍ୟା

କେନ୍ଦୁଝର(ପ୍ରଣୟ ପାଣି): ଭୋଜି ଖାଇବାକୁ ଡାକିନେଇ ପୂର୍ବତନ ୱାର୍ଡ ମେମ୍ବରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ସଦର ଥାନା ମନୋହରପୁର ଗାଁରେ ଏଭଳି ଘଟଣା ଘଟିଛି। ପୂର୍ବତନ ୱାର୍ଡ ମେମ୍ବର ଜଣଙ୍କ ହେଲେ ମନୋହରପୁର ଗାଁର ଭାଗ୍ୟଧର ଘଣା। ଗତକାଲି ରାତିରେ ଭାଗ୍ୟଧରଙ୍କୁ ତାଙ୍କ ସାଙ୍ଗ ଭୋଜି ଖାଇବାକୁ ପୋଖରୀ ପାର୍ଶ୍ୱକୁ ଡାକିଥିଲେ। ଭାଗ୍ୟଧର ଓ ତାଙ୍କ ସାଙ୍ଗ ତରଣୀସେନ ବାଇକ୍ ଯୋଗେ ସେଠାରେ ପହଞ୍ଚିଥିଲେ। ଭାଗ୍ୟଧରଙ୍କୁ ଡାକିଥିବା ୪ଜଣ ସାଙ୍ଗ ହଠାତ୍ […]

ଅଦ୍ୟତନ ହୋଇଛି
ଘରେ ପଶି ଦଳି ଦେଲା ହାତୀ

Deadbody

Advertisment

କେନ୍ଦୁଝର(ପ୍ରଣୟ ପାଣି): ଭୋଜି ଖାଇବାକୁ ଡାକିନେଇ ପୂର୍ବତନ ୱାର୍ଡ ମେମ୍ବରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝରସଦର ଥାନା ମନୋହରପୁର ଗାଁରେ ଏଭଳି ଘଟଣା ଘଟିଛି। ପୂର୍ବତନ ୱାର୍ଡ ମେମ୍ବର ଜଣଙ୍କ ହେଲେ ମନୋହରପୁର ଗାଁର ଭାଗ୍ୟଧର ଘଣା।

Advertisment

ଗତକାଲି ରାତିରେ ଭାଗ୍ୟଧରଙ୍କୁ ତାଙ୍କ ସାଙ୍ଗ ଭୋଜି ଖାଇବାକୁ ପୋଖରୀ ପାର୍ଶ୍ୱକୁ ଡାକିଥିଲେ। ଭାଗ୍ୟଧର ଓ ତାଙ୍କ ସାଙ୍ଗ ତରଣୀସେନ ବାଇକ୍ ଯୋଗେ ସେଠାରେ ପହଞ୍ଚିଥିଲେ। ଭାଗ୍ୟଧରଙ୍କୁ ଡାକିଥିବା ୪ଜଣ ସାଙ୍ଗ ହଠାତ୍ ତାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ତରଣୀସେନ ଜୀବନ ବଞ୍ଚାଇ ସେଠାରୁ ଖସି ପଳାଇ ଆସିଥିଲେ।

ଘଟଣାବିଷୟରେ ଭାଗ୍ୟଧରଙ୍କ ପରିବାର ଲୋକ ଓ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚିଲା ବେଳକୁ ଭାଗ୍ୟଧରଙ୍କୁ ସାଙ୍ଗମାନେ ହତ୍ୟା କରି ପୋଖରୀହୁଡ଼ାରେ ପକାଇ ଦେଇ ଚମ୍ପଟ ମାରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଫେରାର ହୋଇଯାଇଛନ୍ତି।

Advertisment
Murder Political Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe