Advertisment

ଆସୁଛି କ୍ଷୁଦ୍ର ସିନେମା ସିନ୍ଦୂର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିର୍ମଳାକୃତି ବିକାଶ ଟ୍ରଷ୍ଟ ଏପ୍ରିଲ ୩ରେ ଏହାର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ୨୦୧୮ ପାଇଁ ‘ନିର୍ମଳାକୃତି ସମ୍ମାନ’ରେ ସମ୍ମାନିତ କରାଯିବ। ସ୍ଥାନୀୟ ଜୟଦେବ ଭବନରେ ସଂନ୍ଧ୍ୟା ୭ଟାରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ, ସଂସ୍କୃତି ସଚିବ […]

ଅଦ୍ୟତନ ହୋଇଛି
ଆସୁଛି କ୍ଷୁଦ୍ର ସିନେମା ସିନ୍ଦୂର

Untitled-2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିର୍ମଳାକୃତି ବିକାଶ ଟ୍ରଷ୍ଟ ଏପ୍ରିଲ ୩ରେ ଏହାର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ୨୦୧୮ ପାଇଁ ‘ନିର୍ମଳାକୃତି ସମ୍ମାନ’ରେ ସମ୍ମାନିତ କରାଯିବ।

Advertisment

ସ୍ଥାନୀୟ ଜୟଦେବ ଭବନରେ ସଂନ୍ଧ୍ୟା ୭ଟାରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ, ସଂସ୍କୃତି ସଚିବ ଡ. ମନୋରଞ୍ଜନ ପାଣିଗ୍ରାହୀ, ଡିମ୍‌ ଟିମ୍‌ ସାହାରର ଅଧ୍ୟକ୍ଷ କ୍ଷିତିଶ କୁମାର ମିଶ୍ର, ଭରତିଆ ଚାରିଟେବୁଲ୍‌ ଟ୍ରଷ୍ଟର ଚେୟାରମ୍ୟାନ ଡ. କିଶନଲାଲ ଅଗ୍ରୱାଲ ପ୍ରମୁଖ ଅତିଥିଭାବେ ଯୋଗ ଦେବେ।

ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏଠାରେ ଏକ ସମାଜଧର୍ମୀ କ୍ଷୁଦ୍ର ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୂର’ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବ। ଏହି ଚଳଚ୍ଚିତ୍ରଟିକୁ ଇଂ ଦିଲ୍ଲୀପ କୁମାର ପଟ୍ଟନାୟକ ରଚନା କରିଥିବା ବେଳେ ପ୍ରଯୋଜନାରେ ସୌମ୍ୟସ୍ମିତା ପଟ୍ଟନାୟକ, ସଂଗୀତ ନିର୍ଦ୍ଦେଶନାରେ ଡ. ସୁଶାନ୍ତ ପାଣି ଏବଂ ଚିତ୍ରନାଟ୍ୟ ନିର୍ଦ୍ଦେଶନାରେ ମାନସ ପରିଡ଼ା ଦାୟିତ୍ୱ ତୁଲାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe