/odisha-reporter/media/post_attachments/uploads/2019/02/jaypur.jpg)
jaypur
ଜୟପୁର (ଟି. ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଘଷରଡ଼ା କାଜୁ ମିଲ୍ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍। ଏହି ଘଟଣାରେ ପୁଲିସ୍ ଏକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି। ତେବେ ଏମାନଙ୍କ ପାଖରୁ ଚୋରି କାଜୁ କିଣିଥିବା ୪ ଜଣ ବ୍ୟବସାୟୀଙ୍କ ବିରୋଧରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି।
ଗତ ୧୬ ତାରିଖରେ ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଘଷରଡ଼ାରେ ଥିବା ଏକ କାଜୁ ମିଲ୍ରୁ ୩,୮୫୦ କେଜି କାଜୁ ଚୋରି ହୋଇଥିଲା। ଏକ ୧୦ ଜଣିଆ ଗ୍ୟାଙ୍ଗ ଏହି ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ପୁଲିସ୍ ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଥିବା କହିଛି।
ଅନ୍ୟପକ୍ଷରେ ଏହି ଚୋରି କାଜୁ ଜୟପୁରର ୪ ଜଣ ମିଠା ବ୍ୟବସାୟୀ କିଣିଥିବା ପୁଲିସ୍ କହିଥିଲେ ମଧ୍ୟ ସେମାନଙ୍କ ନାଁ ପ୍ରକାଶ କରିନାହିଁ। ସେହିପରି ଚୋରି ମାଲ କିଣିବା ଅପରାଧ ହୋଇଥିଲେ ମଧ୍ୟ ପୁଲିସ୍ ଏହି ବ୍ୟବସାୟୀମାନଙ୍କ ବିରୋଧରେ ମାମଲା ରୁଜୁ ନକରି କେବଳ ବୟାନ ରେକର୍ଡ କରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
