Advertisment

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୪ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୨ରେ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ଏହି ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଆଜି ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସର ଶ୍ରୀ ଶତପଥୀ ବିଜେଡିର ୪ଜଣ ରାଜ୍ୟସଭା ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, […]

ଅଦ୍ୟତନ ହୋଇଛି
ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୪ ବିଜେଡି ପ୍ରାର୍ଥୀ

rajyasaba

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୨ରେ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ଏହି ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି।

Advertisment

ଆଜି ବିଧାନସଭା ସଚିବାଳୟରେ ରିଟର୍ଣ୍ଣିଂ ଅଫିସର ଶ୍ରୀ ଶତପଥୀ ବିଜେଡିର ୪ଜଣ ରାଜ୍ୟସଭା ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତଙ୍କୁ ବିଜୟୀ ଘୋଷଣା କରି ବିଧିବଦ୍ଧ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଏହି ୪ଜଣ ପ୍ରାର୍ଥୀ ଆସନ୍ତା ଏପ୍ରିଲ ୩ତାରିଖରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି।

ଅବଶ୍ୟ ରାଜ୍ୟସଭା ନିର୍ବାଚନରେ ଅନ୍ୟ ୪ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମାତ୍ର ଆବଶ୍ୟକ ସଂଖ୍ୟକ ସମର୍ଥକ ଓ ପ୍ରସ୍ତାବକ ନଥିବାରୁ ସେମାନଙ୍କର ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା। ସେମାନେ ହେଲେ ଗଣେଶ୍ୱର ମିଶ୍ର, ଲାଲା ଅରୁଣ କୁମାର ଷଡ଼ଙ୍ଗୀ, ମମତା ସାମନ୍ତରାୟ, ଭଟାଲ ହେମ୍ବ୍ରମ।

Advertisment

ସୂଚନାଯୋଗ୍ୟ, ଓଡ଼ିଶାରୁ ଏପ୍ରିଲ ୨ରେ ୩ଟି ଆସନ ଯଥା- ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ, ରଞ୍ଜିବ ବିଶ୍ୱାଳଙ୍କ ସମେତ ଅନୁଭବ ମହାନ୍ତିଙ୍କ ଯୋଗୁ ଖାଲି ପଡ଼ିଥିବା ସିଟ୍ ପାଇଁ ଚଳିତମାସ ୬ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଚଳିତ ନିର୍ବାଚନରେ ପ୍ରାର୍ଥୀ ଦେଇନଥିଲେ ଓ ବିଜେଡି ସମସ୍ତ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା। ତେଣୁ ବିଜେଡିର ପ୍ରାର୍ଥୀମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ଆଉ ଭୋଟ ଗ୍ରହଣର ଆବଶ୍ୟକତା ପଡ଼ି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe