/odisha-reporter/media/post_attachments/uploads/2020/04/mnb.jpg)
mnb
ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ସମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲାର କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ମାରପିଟ୍ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ନାଁ ଜଣାପଡ଼ି ନାହିଁ।
Advertisment
ସୂଚନା ଅନୁସାରେ , ଆଜି ସକାଳେ ବଡ଼ ଭାଇ ଓ ତାଙ୍କ ପୁଅ ସେମାନଙ୍କର ଥିବା ଏକ ମହୁଲ ଗଛରୁ ମହୁଲ ଗୋଟାଉଥିଲେ। ଏହି ସମୟରେ ତାଙ୍କ ସାନ ଭାଇର ସ୍ତ୍ରୀ ଓ ପୁଅ ଆସି ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ମରାଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ବଡ଼ ଭାଇ ଓ ତାଙ୍କ ପୁଅ ଏବଂ ସାନ ଭାଇର ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ଘଟିଛି। ତେବେ ମହୁଲ ଗଛ ଯେଉଁ ଜମିରେ ରହିଛି ତାହାକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ରହିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
