Advertisment

ଜମି ବିବାଦକୁ ନେଇ ସଂଘର୍ଷ: ଗୋଟିଏ ପରିବାରର ୪ ମୃତ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ସମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲାର କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ମାରପିଟ୍‌ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ନାଁ ଜଣାପଡ଼ି ନାହିଁ। ସୂଚନା ଅନୁସାରେ , ଆଜି ସକାଳେ ବଡ଼ ଭାଇ ଓ ତାଙ୍କ ପୁଅ ସେମାନଙ୍କର ଥିବା ଏକ ମହୁଲ ଗଛରୁ ମହୁଲ ଗୋଟାଉଥିଲେ। ଏହି ସମୟରେ ତାଙ୍କ […]

ଅଦ୍ୟତନ ହୋଇଛି
ଜମି ବିବାଦକୁ ନେଇ ସଂଘର୍ଷ: ଗୋଟିଏ ପରିବାରର ୪ ମୃତ

mnb

Advertisment

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ସମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲାର କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ମାରପିଟ୍‌ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ନାଁ ଜଣାପଡ଼ି ନାହିଁ।

Advertisment

ସୂଚନା ଅନୁସାରେ , ଆଜି ସକାଳେ ବଡ଼ ଭାଇ ଓ ତାଙ୍କ ପୁଅ ସେମାନଙ୍କର ଥିବା ଏକ ମହୁଲ ଗଛରୁ ମହୁଲ ଗୋଟାଉଥିଲେ। ଏହି ସମୟରେ ତାଙ୍କ ସାନ ଭାଇର ସ୍ତ୍ରୀ ଓ ପୁଅ ଆସି ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ମରାଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ବଡ଼ ଭାଇ ଓ ତାଙ୍କ ପୁଅ ଏବଂ ସାନ ଭାଇର ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ଘଟିଛି। ତେବେ ମହୁଲ ଗଛ ଯେଉଁ ଜମିରେ ରହିଛି ତାହାକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ରହିଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe