Advertisment

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍‌

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ହୀରାକୁଦରେ ଯେତିକି ପାଣି ପଶୁଛି, ତାର ଅଧା ନିଷ୍କାସନ ହେଉଛି। ଏବେ ୫ ଲକ୍ଷ ୨୪ ହଜାର କ୍ୟୁସେକ୍ ଜଳ ହୀରାକୁଦକୁ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୨୧.୫୬ ଫୁଟ ରହିଛି। ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେଉଥିବାରୁ […]

ଅଦ୍ୟତନ ହୋଇଛି
ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍‌

hirakud

Advertisment

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ହୀରାକୁଦରେ ଯେତିକି ପାଣି ପଶୁଛି, ତାର ଅଧା ନିଷ୍କାସନ ହେଉଛି। ଏବେ ୫ ଲକ୍ଷ ୨୪ ହଜାର କ୍ୟୁସେକ୍ ଜଳ ହୀରାକୁଦକୁ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୨୧.୫୬ ଫୁଟ ରହିଛି। ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେଉଥିବାରୁ ଜଳସ୍ତର ବଢ଼ିବା ଆଶଙ୍କା ରହିଛି।

Advertisment

ହୀରାକୁଦ ତଳ ମୁଣ୍ଡରେ ବି ପ୍ରବଳ ମାତ୍ରାରେ ଜଳ ପ୍ରବାହ ଜାରି ରହିଛି। ବରମୂଳରେ ୬.୮୩ ଲକ୍ଷ, ମୁଣ୍ଡଳିରେ ୭.୬୦ ଲକ୍ଷ କ୍ୟୁସେକ ପ୍ରବାହିତ ହେଉଥିବାରୁ ହୀରାକୁଦ ପାଣି ତଳ ମୁଣ୍ଡରେ ମିଶିଲେ, ମହାନଦୀ ଫୁଲିବା ଆଶଙ୍କା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe