Advertisment

Cyber Fraud: ସାଇବର କବଚ କବଳରେ ଜଣେ ମହିଳା, ୩ ଯୁବକ

ବରଗଡ଼ରେ ସାଇବର କବଚ ଅଭିଯାନ। ମନି ଲଣ୍ଡ୍ରିଙ୍ଗ ଜରିଆରେ ବ୍ୟାଙ୍କ ହିତାଧିକାରୀଙ୍କ ଆକାଉଣ୍ଟ ଅପବ୍ୟବହାର କରି ୭ କୋଟି ଟଙ୍କା ସାଇବର ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କ ସହିତ ଅନ୍ୟ ୩ ଜଣ ଯୁବକଙ୍କୁ ଗିରଫ କରିଛି ବରଗଡ଼ ପୁଲିସ ।

Cyber123
Advertisment

ବରଗଡ଼ରେ ସାଇବର କବଚ ଅଭିଯାନl ମନି ଲଣ୍ଡ୍ରିଙ୍ଗ ଜରିଆରେ ବ୍ୟାଙ୍କ ହିତାଧିକାରୀଙ୍କ ଆକାଉଣ୍ଟ ଅପବ୍ୟବହାର କରି ୭ କୋଟି ଟଙ୍କା ସାଇବର ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କ ସହିତ ୩ ଜଣ ଯୁବକଙ୍କୁ ଗିରଫ କରିଛି ବରଗଡ଼ ପୁଲିସ ।

Advertisment

ଗିରଫ ମହିଳା ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟ ଡି ବ୍ଲକ 213 ନମ୍ବର ଫ୍ଲାଟରେ ରହୁଥିବା ଚାନ୍ଦିନୀ ଅଗ୍ରଓ୍ବାଲ। ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ବିହାରର ମୁରାଦପୁର ଅଞ୍ଚଳର ରାକେଶ ମଣ୍ଡଳ, ପଦ୍ମପୁର ସହରର ମହମ୍ମଦ ରିଜୁଆନ ଓ ସିଦ୍ଧେଶ୍ବର ପଟ୍ଟନାୟକ । ଏମାନଙ୍କ ବିରୋଧରେ ଝାରବନ୍ଧ, ପାଇକମାଲ, ପଦ୍ମପୁର ଓ ଜଗଦଲପୁର ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ଅଭିଯୁକ୍ତଙ୍କ ପାଖରୁ ୪ଟି ମୋବାଇଲ, ୭ ଲକ୍ଷ ଟଙ୍କା, ୬ଟି ସିମ କାର୍ଡ଼, ଡେଭିଟ କାର୍ଡ଼, ପାନ କାର୍ଡ଼, ୨୦ଟି ବ୍ୟାଙ୍କ ଚେକ ବୁକ, ୧୯ଟି ବ୍ୟାଙ୍କ ପାସବୁକ, ୩୮ଟି ଏଟିଏମ କାର୍ଡ଼ ଆଦି ସାମଗ୍ରୀ ପୁଲିସ ଜବତ କରିଛି । ପଦ୍ମପୁର ସହରର କେତେକ ବ୍ୟାଙ୍କ ହିତାଧିକାରୀଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ପୁଲିସ ଆନ୍ତଃରାଜ୍ୟ ସାଇବର ଠକେଇ ହାେଇଥିବା ଜାଣିପାରିଥିଲା । 

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe