ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟାବହ ‘ଫୋନି’ ବାତ୍ୟା ପରେ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର ଓ ଅନ୍ୟାନ୍ୟ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିବା ନିମନ୍ତେ ୪ଜଣ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ‘ଫୋନି’ ବାତ୍ୟା ପରବର୍ତ୍ତୀ ରିିଲିଫ,ପୁନରୁଦ୍ଧାର ଓ ଗୃହ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ଦେଇଥିବାବେଳେ ଉନ୍ନୟନ କମିଶନର ଅସିତ୍ କୁମାର ତ୍ରିପାଠୀଙ୍କୁ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ କରିବା କାର୍ଯ୍ୟର ତଦାରଖ ଦାୟିତ୍ୱ ଦେଇଛନ୍ତି। ସେହିପରି କୃଷି ସଚିବ ସୌରଭ ଗର୍ଗ ‘ଫୋନି’ ପାଇଁ ଆନ୍ତର୍ଜାତିକସ୍ତରରେ ସମନ୍ୱୟ ରକ୍ଷା କାର୍ଯ୍ୟ କରିବେ। ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହଙ୍କୁ ରିଲିଫ ସାମଗ୍ରୀ ପରିବହନ ଓ ମିଡିଆ ମ୍ୟାନେଜମେଣ୍ଟ ଦାୟିତ୍ୱ ନ୍ୟସ୍ତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’; ଜାଣି ନିଅନ୍ତୁ ସବିଶେଷ ତଥ୍ୟ
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବାରେ "ଶକ୍ତିଶ୍ରୀ କାର୍ଯ୍ୟକ୍ରମ" ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Crime
ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ୩ ଦୁର୍ବୃତ୍ତ
ଅଧ୍ୟାପକଙ୍କ ମାନସିକ ନିର୍ଯାତନା ସହ୍ୟ କରି ନପାରି ଓ ନ୍ୟାୟ ନପାଇ ଏଫ୍ଏମ୍ କଲେଜରେ ଜଣେ ଛାତ୍ରୀ ଆତ୍ମାହୁତି କରିବାର ଠିକ୍ ସପ୍ତାହେ ପରେ ଆଜି ପୁରୀରେ ଜଣେ ନାବାଳିକାଙ୍କ ଦେହରେ ଲଗାଇ ଦିଆଯାଇଛି ନିଆଁ।

Crime
ଖଣ୍ଡଗିରି ଥାନା ଏସ୍ଆଇ ନିଲମ୍ବିତ
ଏକ NDPS ମାମଲାରେ ନିର୍ଦ୍ଧାରିତ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଶ୍ରୀ ଭୂୟାଁଙ୍କ ଉପରେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ।

Miscellaneous
ଶିକ୍ଷାନୁଷ୍ଠାନରେ ହେଲପଲାଇନ୍ ନମ୍ବର ଓ ସରକାରୀ ଅଫିସରେ ଆଇସିସି ଗଠନ ନିର୍ଦ୍ଦେଶ: ଚର୍ଚ୍ଚାରେ ରେଭେନ୍ସା କର୍ତ୍ତୃପକ୍ଷଙ୍କ ଅଜବ ବିଜ୍ଞପ୍ତି
ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜନୀତିକ ଉଷ୍ମତା ବଢ଼ିଥିବାବେଳେ ଶୁକ୍ରବାର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଯୌନ ଉତ୍ପୀଡ଼ନ ନିବାରଣ(ପିଓଏସଏଚ) ଆଇନ-୨୦୧୩କୁ କଡ଼ାକଡ଼ି ପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

Politics
‘ହାଇସ୍ପିଡ୍’ ଚିକିତ୍ସା: ‘ଆଇସିୟୁ’ରୁ ସିଧା ଘରକୁ ସିଫ୍ଟ ହେଲେ ୩ ବିଜେଡି ନେତା, ଧରାପଡ଼ିଗଲା ନାଟକବାଜି
‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ବିଜେଡିର ଏହି ୩ ନେତାଙ୍କୁ କଡ଼ା ଭାଷାରେ ସାଧାରଣ ଲୋକେ ସମାଲୋଚନା କରିବାରେ ଲାଗିଲେ । ଏହାସହିତ ହସ୍ପିଟାଲ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଲା । ହସ୍ପିଟାଲ ନିଜର ବିଶ୍ୱସନୀୟତା ହରାଇବାର ଆଶଙ୍କା କରି ଏହି ନେତାମାନଙ୍କୁ ମଧ୍ୟ ବେଶୀଦିନ ରଖିବାକୁ କୁଣ୍ଠାବୋଧ କଲା । ଏପଟେ ରାଜ୍ୟ ସରକାର ମଧ୍ୟ ସୁଲତାଙ୍କ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗକୁ ଗୁରୁତ୍ୱର ସହ ନେଇ ସେମାନଙ୍କର ଚିକିତ୍ସା ସଂକ୍ରାନ୍ତରେ ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରାରମ୍ଭିକ ରିପୋର୍ଟ ମାଗିବା ପରେ ଏହି ବିଜେଡି ନେତାମାନଙ୍କର ଚେତା ପଶିଥିଲା ।