/odisha-reporter/media/media_files/2026/02/18/bee-2026-02-18-14-17-54.jpg)
ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଛାତ୍ରୀ ଅଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ପଞ୍ଚାୟତ ହାଟଡ଼ିହ ନିକଟସ୍ଥ କେନାଲ ରାସ୍ତାରେ ଘଟିଛି ଏହି ଘଟଣା।
Advertisment
ମହୁମାଛି ଆକ୍ରମଣରେ ହାଟଡ଼ିହ ଗାଁର ସାଇଶ୍ରୀ ଜେନା (ତୃତୀୟ ଶ୍ରେଣୀ), ବିଜୟଲକ୍ଷ୍ମୀ ଜେନା (ଷଷ୍ଠ ଶ୍ରେଣୀ) ଓ ଲିପ୍ସାରାଣୀ ଜେନା (ପଞ୍ଚମ ଶ୍ରେଣୀ) ଓ ଦକ୍ଷିଣବାଡ଼ର ବାସିନ୍ଦା ବାଇଧର ମୁଣ୍ଡା ଆହତ ହୋଇଛନ୍ତି।
ଏହି ଛାତ୍ରୀମାନେ ସ୍କୁଲ ଯାଉଥିବା ବେଳେ ମହୁମାଛିମାନେ ଆକ୍ରମଣ କରିଥିଲେ। ସେତିକି ବେଳେ ସେହି ବାଟରେ ବାଇଧର ମୁଣ୍ଡା ଯାଉଥିଲେ। ତେଣୁ ସେ ବି ମହୁମାଛିଙ୍କ କବଳରେ ପଡ଼ିଯାଇଥିଲେ।
Advertisment
ସମସ୍ତ ଆହତଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ବାଇଧର ମୁଣ୍ଡାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
