ଦେବଗଡ଼(ସିଦ୍ଧାର୍ଥ ଗୁରୁ):ଦେବଗଡ଼ ପୌରାଞ୍ଚଳର ପତ୍ରାପାଲି ସାହିରେ ବରଯାତ୍ରୀ ଶୋଭାଯାତ୍ରାରେ ନାଚିବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ସମ୍ବଲପୁର ଜିଲ୍ଲା ତାଳପାଲି ଅଞ୍ଚଳରୁ ଆସିଥିବା ବରଯାତ୍ରୀଙ୍କ ସହ ସ୍ଥାନୀୟ ପତ୍ରାପାଲି ଗ୍ରାମବାସୀଙ୍କ ମଧ୍ୟରେ ଗତକାଲି ସନ୍ଧ୍ୟାରେ ଏହି ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷର ୪ଜଣ ଆହତ ହୋଇଛନ୍ତି।
ଏହି ଘଟଣାରେ ପୁଲିସ୍ ୧୨ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।
ବରଯାତ୍ରୀମାନେ ଶୋଭାଯାତ୍ରାରେ ନାଚିବା ବେଳେ ଏହାକୁ ସ୍ଥାନୀୟ ପତ୍ରାପାଲି ଗ୍ରାମବାସୀମାନେ ବିରୋଧ କରିଥିଲେ। ଯାହାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏପରିକି ଗ୍ରାମବାସୀମାନେ ବରଯାତ୍ରୀଙ୍କୁ ଅଟକ ମଧ୍ୟ ରଖିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବରଯାତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ପରେ ବରଯାତ୍ରୀମାନେ ରାତି ପ୍ରାୟ ୧୧ଟା ସମୟରେ ସେମାନଙ୍କ ଘରକୁ ଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାଟରୁ ମିଳିଥିଲା ଅଧା ପୋଡ଼ା ମୃତଦେହ; ଟଙ୍କା ନ ଦେବାରୁ ଜାଳିଦେଇଥିଲେ ଦୁଇ ଦୋକାନୀ
ଗତ ୧୬ତାରିଖରେ କନ୍ଦା ମହାନ୍ତ କେନ୍ଦୁଜୁଆଣି ହାଟକୁ ଆସିଥିଲେ। ସେଠାରେ ସେ ଉଭୟ ଦୋକାନୀଙ୍କ ନିକଟରୁ ପତ୍ରପୋଡା ମାଂସ ସହିତ ଚଣା ଆଣି ଖାଇଥିଲେ। ମାତ୍ର ସେମାନଙ୍କୁ ସେ ଟଙ୍କା ଦେଇ ନ ଥିଲେ।
Politics
ପିଏସୟୁକୁ କେମିତି ମିଳୁଛି କାମ?
ଭୁବନେଶ୍ୱରରେ ଏକ ତାରକା ହୋଟେଲ ସାମନାରେ ଲାଞ୍ଚ ପାଇଁ ନିଆଯାଉଥିବା ୧୦ ଲକ୍ଷ ଟଙ୍କା ଧରା ପଡ଼ିବା ପରେ ଏବେ ସିବିଆଇ ରାଡରରେ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀ।
Crime
ପୁଲିସ ବାବୁଙ୍କ ଦବଙ୍ଗଗିରି; ଅଭିଯୁକ୍ତକୁ ନିର୍ଧୂମ ପିଟିଲେ, ପିଠି ଉପରେ ଚଢ଼ିଗଲେ
ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ।
Crime
ଆକ୍ସନ ମୁଡରେ ଇଡି; ଦ୍ୱିତୀୟ ଦିନରେ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍
ଗତକାଲି ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ତାତିଲେ ଗ୍ରାମବାସୀ, ଦୁର୍ଦ୍ଦାନ୍ତ ନକ୍ସଲ ହିଡମା ଘରକୁ ମାଟିରେ ମିଶାଇଦେଲେ
ହିଡମା ନିଜ ଗାଁ ଲୋକଙ୍କୁ ସବୁବେଳେ ଡରାଇ ଧମକାଇ ରଖିଥିବା ବେଳେ ବହୁ ଲୋକ ଗାଁ ଛାଡ଼ି ଚାଲି ଯାଇଥିଲେ। ମାତ୍ର ଏବେ ସେନା ସହଯୋଗରେ ହିଡମା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।