Advertisment

Police Action: ଝରକା,କବାଟ ତାଡ଼ି ଲୁଟୁଥିଲେ: ୪ ଗିରଫ, ୧ କେଜି ସୁନା ଓ ୪ କେଜି ରୁପା ଅଳଙ୍କାର ଜବତ

ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଝରକା,କବାଟ ତାଡ଼ି ଚୋରି କରୁଥିବା ୪ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ସେମାନଙ୍କ ପାଖରୁ ୧ କେଜିରୁ ଅଧିକ ସୁନା ଅଳଙ୍କାର ଓ ୪ କେଜିରୁ ଅଧିକ ରୁପା ଅଳଙ୍କାର ଜବତ କରିଛି ଭଦ୍ରକ ପୁଲିସ।

author-image
Jitendra Garnayak
Gold


ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଝରକା,କବାଟ ତାଡ଼ି ଚୋରି କରୁଥିବା ୪ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ସେମାନଙ୍କ ପାଖରୁ ୧ କେଜିରୁ ଅଧିକ ସୁନା (Gold) ଅଳଙ୍କାର ଓ ୪ କେଜିରୁ ଅଧିକ ରୁପା (Silver) ଅଳଙ୍କାର ଜବତ କରିଛି ଭଦ୍ରକ ପୁଲିସ। 

Advertisment

ବିଗତ କିଛି ମାସ ହେବ ଭଦ୍ରକ ସହରରେ ଚୋରି ଲୁଟ ବଢ଼ି ଚାଲିଥିବା ବେଳେ ଭଦ୍ରକ ଏସପି ଟାଉନ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ। ତଦନ୍ତ ସମୟରେ ଭଦ୍ରକରେ ଭଡ଼ା ନେଇ ରହୁଥିବା କେନ୍ଦ୍ରାପଡ଼ା ଅଞ୍ଚଳର ଦୈତାରୀ ଦାସ ସ୍କାନରକୁ ଆସିଥିଲେ। ଦୈତାରୀଙ୍କ ନାମରେ ଚୋରି ଓ ହତ୍ୟା ମାମଲା ଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖି ପଚାରଉଚରା କରିବା ପରେ ବହୁ ତଥ୍ୟ ସାମ୍ନାକୁ ଆସିଥିଲା। 
ଏହା ପରେ ପୁଲିସ କେନ୍ଦ୍ରାପଡ଼ାରୁ ତାଙ୍କର ଅନ୍ୟ ତିନି ସହଯୋଗୀଙ୍କୁ ଗିରଫ କରିଛି। ଯାଜପୁର ଅଞ୍ଚଳରେ ଥିବା ସେମାନଙ୍କର ଆଉ ଦୁଇ ସହଯୋଗୀ ଫେରାର ହୋଇଯାଇଛନ୍ତି।

ପୁଲିସ ଅଭିଯୁକ୍ତମାନଙ୍କ ଘର ଖାନତଲାସି କରିବା ପରେ ସେମାନଙ୍କ ନିକଟରୁ ୧ କେଜିରୁ ଅଧିକ ସୁନା ଅଳଙ୍କାର ଓ ୪ କେଜିରୁ ଅଧିକ ରୁପା ଅଳଙ୍କାର ଜବତ କରିଥିଲା ପୁଲିସ। ଏହା ସହିତ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଗାଡ଼ିର ନମ୍ବର ପ୍ଲେଟ ସହିତ ୭ଟି ମୋବାଇଲ ଜବତ କରିଛି ପୁଲିସ।

Advertisment

ଏକାଧିକ ଗାଡ଼ି ନମ୍ୱର୍ ପ୍ଲେଟ ମିଳିଥିବାରୁ ସେମାନେ ରାଜ୍ୟ ବାହାରେ ମଧ୍ୟ ଅପରାଧରେ ଲିପ୍ତ ଥିବା ପୁଲିସ ସନ୍ଦେହ କରୁଛି। ଏହି ମାମଲାରେ ଆଗକୁ ତଦନ୍ତ ଜାରି ରହିବ ବୋଲି ଭଦ୍ରକ ଏସପି ସୂଚନା ଦେଇଛନ୍ତି। 

Silver