Advertisment

Accident: ଦୁର୍ଘଟଣା ନେଲା ୪ ଜୀବନ

ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଦୁର୍ଘଟଣା ଘଟି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Accident
Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

Advertisment

ସମ୍ବଲପୁର ସହର ଉପକଣ୍ଠ ଟିପୁପଡ଼ା ନିକଟରେ ଆଜି ସକାଳ ପ୍ରାୟ ୯ଟା ବେଳେ ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଲା। ଆଉ ଜଣେ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶାସନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।     

ଆଜି ସକାଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ଡେଙ୍ଗାଉସ୍ତା ମୁଖ୍ୟରାସ୍ତାର କପାମଣ୍ଡି ସମ୍ମୁଖରେ ଏକ ବୋଲେରୋ ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭଉଣୀ ଓ ଭଣଜା ଗୁରୁତର ଆହତ ହୋଇଛନ୍ତି। 

Advertisment

ମୃତ ମହିଳାଙ୍କ ନାଁ ଲଳିତା ନାୟକ। ତାଙ୍କ ଘର ରାୟଗଡ଼ାର କାଶୀପୁରରେ। ଅସୁସ୍ଥତା ହେତୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ଭଉଣୀ ଓ ଭଣଜାଙ୍କ ସହିତ ସେ ଆଜି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗୁରୁତର ଥିବା ତାଙ୍କ ଭଉଣୀ ଓ ଭଣଜାଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଦିଗପହଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛି। 

ସେହିପରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ନୂଆପଲ୍ଲୀ ଛକ ନିକଟରେ ଏକ ଅଟୋ ଓଲଟି ପଡ଼ିବାରୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନେ ଦୁଆନପଲ୍ଲୀ ଗାଁର ହୋଇଥିବା ବେଳେ ସେମାନେ ସମସ୍ତେ ହେଉଛନ୍ତି ଶ୍ରମିକ। ୭ ଜଣ ମହିଳା ଓ ପୁରୁଷ ଏହି ଅଟୋରେ ନୂଆପଲ୍ଲୀ ଛକ ନିକଟକୁ କାମ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଆହତଙ୍କୁ ପ୍ରଥମେ ଭାଟକୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଦୁର୍ଘଟଣା ଘଟି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। 

ମୃତ ଛାତ୍ରଙ୍କ ନାଁ ଶଙ୍ଖଶୁଭ୍ର ଚକ୍ରବର୍ତ୍ତୀ। ତାଙ୍କ ଘର କୋଲକାତାରେ। ସେ ଏଠାରେ ପିଏଚ୍‌ଡି କରୁଥିଲେ। ସେ ଓ ଅନ୍ୟ ଛାତ୍ର ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଡିଭାଇଡରରେ ପିଟି ହୋଇଥିଲେ। 

ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲା ଗଣିଆ ଥାନା ଶିତୁଳିଆ ସାହି ଛକ ନିକଟରେ ଏକ ଘରୋଇ ବସ୍ ଓଲଟି ପଡ଼ିଛି। ବସ୍‌ଟିରେ ପ୍ରାୟ ୧୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ଆହତ ହୋଇଛନ୍ତି, ତାହା ଜଣାପଡ଼ିନି। କାରଣ ଦୁର୍ଘଟଣା ପରେ ଅନ୍ୟ ଏକ ବସ୍‌ରେ ସମସ୍ତଙ୍କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଇ ଦିଆଯାଇଥିଲା।

ବସ୍‌ଟି ବଲାଙ୍ଗିରରୁ କଟକ ଯାଉଥିଲା। ଶିତୁଳିଆ ସାହି ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ବିଲରେ ଓଲଟି ପଡ଼ିଥିଲା। ବସ୍ ଧକ୍କାରେ ଏକ ତାଳ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିଲା। ଗଣିଆ ପୁଲସ ଘଟଣାର ତଦନ୍ତ କରୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe