Advertisment

ଲଙ୍କା ଗୁଣ୍ଡ ଫିଙ୍ଗି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଖଲ୍ଲିକୋଟ୍‌(ସିଲୁ ବିଶ୍ୱାଳ): ପ୍ରଥମେ ଲଙ୍କା ଗୁଣ୍ଡ ଫିଙ୍ଗିଲେ। ତା’ପରେ ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଆଜି ଦିନ ଦି’ ପହରରେ ୪ ନର ରାକ୍ଷସ ଜନଗହଳି ପୂର୍ଣ୍ଣ ୧୬ ନମ୍ୱର ଜାତୀୟ ରାଜପଥର ଲଙ୍ଗଳେଶ୍ୱରଠାରେ ଏପରି ବୀଭତ୍ସ କାଣ୍ଡ ଘଟାଇଛନ୍ତି। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ରାଜନୈତିକ ଶତ୍ରୁତାର ଏମିତି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଆଠଗଡ଼ପାଟଣା ପଞ୍ଚାୟତର ଅସିତ କୁମାର […]

ଅଦ୍ୟତନ ହୋଇଛି
ଲଙ୍କା ଗୁଣ୍ଡ ଫିଙ୍ଗି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

Ganjam

Advertisment

ଖଲ୍ଲିକୋଟ୍‌(ସିଲୁ ବିଶ୍ୱାଳ): ପ୍ରଥମେ ଲଙ୍କା ଗୁଣ୍ଡ ଫିଙ୍ଗିଲେ। ତା’ପରେ ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଆଜି ଦିନ ଦି’ ପହରରେ ୪ ନର ରାକ୍ଷସ ଜନଗହଳି ପୂର୍ଣ୍ଣ ୧୬ ନମ୍ୱର ଜାତୀୟ ରାଜପଥର ଲଙ୍ଗଳେଶ୍ୱରଠାରେ ଏପରି ବୀଭତ୍ସ କାଣ୍ଡ ଘଟାଇଛନ୍ତି। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ରାଜନୈତିକ ଶତ୍ରୁତାର ଏମିତି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଆଠଗଡ଼ପାଟଣା ପଞ୍ଚାୟତର ଅସିତ କୁମାର ନାୟକ ଓ ତାଙ୍କ ବନ୍ଧୁ ପରେଶ କୁମାର ସେଠୀ ଶୁକ୍ରବାର ଭୁବନେଶ୍ୱର ଯାଇଥିଲେ। ଆଜି ଅପରାହ୍ନ ୧ଟାରୁ ୨ଟା ଭିତରେ ଦୁଇ ବନ୍ଧୁ ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱରଠାରେ ଚାରି ଜଣ ଦୁର୍ବୃତ୍ତ ସେମାନଙ୍କ ଉପରକୁ ପ୍ରଥମେ ଲଙ୍କା ଗୁଣ୍ଡ ଫିଙ୍ଗି ଥିଲେ। ଲଙ୍କା ଗୁଣ୍ଡ ଆଖିରେ ପଡ଼ିବାରୁ ଅସିତ ଓ ପରେଶ ତଳେ ପଡ଼ି ଯାଇଥିଲେ। ଏହା ପରେ ପରେଶ ପ୍ରାଣ ବିକଳରେ ସେଠାରୁ ଦୌଡ଼ି ପଳେଇ ଯାଇଥିଲେ। କିନ୍ତୁ ଦୁର୍ବୃତ୍ତମାନେ ଅସିତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଥିଲେ। ଯାହାଫଳରେ ଅସିତଙ୍କ ଶରୀରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଚାଲି ଆସିବାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅସିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଅସିତ କହିଛନ୍ତି, ରାଜନୀତିକ ଶତ୍ରୁତାରୁ ଆକ୍ରମଣ ହୋଇଛି। ଆକ୍ରମଣ କରିଥିବା ଲୋକମାନଙ୍କୁ ସେ ଚିହ୍ନିଛନ୍ତି। ସେମାନେ ପଞ୍ଚାୟତ ନିର୍ବାଚନରେ ହାରି ଯାଇଥିଲେ। ସେହି କାରଣରୁ ଆକ୍ରମଣ କରିଥିବା ଅସିତ କହିଛନ୍ତି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe