Advertisment

Arrest: ୪ ଡକାୟତ ଗିରଫ, ପଡ଼ିଆରେ ବସି ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୁଲିସ

ଡକାୟତଙ୍କ ନିକଟରୁ ଖଣ୍ଡା, ଛୁରୀ, ୬ଟି ଜୀବନ୍ତ ଗୁଳି ଓ ଗୋଟିଏ ତାର କଟର ସହ ତିନୋଟି ମଟର ସାଇକେଲ ଜବତ କରିଛି ପୁଲିସ।

author-image
Jitendra Garnayak
Four Accused

ଗିରଫ ଅଭିଯୁକ୍ତ

ଯାଜପୁର ରୋଡ୍‌ ଥାନା ବ୍ୟାସନଗର ଅଞ୍ଚଳରେ ଡକାୟତଙ୍କ ଡକାୟତି ଯୋଜନା ପଣ୍ଡ। ସୋବରା ପଡ଼ିଆରୁ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ରୋଡ୍‌ ପୁଲିସ୍।

Advertisment

ଗିରଫ ଅଭିଯୁକ୍ତମାନେ ହେଲେ କୋରେଇ ଥାନା ପୂର୍ବକୋଟ ଗ୍ରାମର ମାଇକେଲ ଗଣପତି, ଅର୍ଜୁନ ଦାସ, କାଳି ଦାସ ଓ ଗଞ୍ଜମ ଜିଲା ଆସ୍କା ଥାନା ବସଷ୍ଟାଣ୍ଡ ଅଞ୍ଚଳର ଏମ୍ ଅଜୟ।

ସୂଚନାନୁଯାୟୀ, ଯାଜପୁର ରୋଡ୍‌ ଥାନା ଅନ୍ତର୍ଗତ ଶୋବରା ଗ୍ରାମ ପଡ଼ିଆରେ ଅଭିଯୁକ୍ତମାନେ ବସି ଡକାୟତ ପାଇଁ ଯୋଜନା କରୁଥିଲେ। ଯାଜପୁର ରୋଡ୍‌ ପୁଲିସ୍ କୌଣସି ସୁତ୍ରରୁ ଖବର ପାଇ ସେଠାରେ ଅତର୍କିତ ଚଢ଼ାଉ କରି ଯୋଜନା ପଣ୍ଡ କରିବାରେ ସଫଳ ହୋଇଥିଲା।

Advertisment

ଡକାୟତଙ୍କ ନିକଟରୁ ଖଣ୍ଡା, ଛୁରୀ, ୬ଟି ଜୀବନ୍ତ ଗୁଳି ଓ ଗୋଟିଏ ତାର କଟର ସହ ତିନୋଟି ମଟର ସାଇକେଲ ଜବତ କରିଛି ପୁଲିସ।