Advertisment

ପ୍ରଶ୍ନପତ୍ର ଭାଇରାଲ୍ କରି ୩ ଅଭିଭାବକ ଓ ଜେରକ୍ସ ଦୋକାନୀ ଗିରଫ

ଜୟପୁର(ଟି.ଗୌରିଶଙ୍କର): ମ୍ୟାଟ୍ରିକ୍ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। କୋରାପୁଟ ଜିଲ୍ଲାର ଜଣେ ଜେରକ୍ସ ଦୋକାନୀ ଓ ୩ ଅଭିଭାବକକୁ ଗିରଫ କରିଛି ପୁଲିସ୍‌। ବନ୍ଧୁଗାଁ ସରକାରୀ ସ୍କୁଲ୍‌ରେ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ଲାପଟପ୍, ଜେରକ୍ସ ମେସିନ୍ ଏବଂ ମୋବାଇଲ୍ ଜବତ କରିଛି ପୁଲିସ୍‌। ମ୍ୟାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ମାମଲାରେ ବନ୍ଧୁଗାଁ […]

ପ୍ରଶ୍ନପତ୍ର ଭାଇରାଲ୍ କରି ୩ ଅଭିଭାବକ ଓ ଜେରକ୍ସ ଦୋକାନୀ ଗିରଫ

arrest

Advertisment

ଜୟପୁର(ଟି.ଗୌରିଶଙ୍କର): ମ୍ୟାଟ୍ରିକ୍ ପରୀକ୍ଷାର ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। କୋରାପୁଟ ଜିଲ୍ଲାର ଜଣେ ଜେରକ୍ସ ଦୋକାନୀ ଓ ୩ ଅଭିଭାବକକୁ ଗିରଫ କରିଛି ପୁଲିସ୍‌। ବନ୍ଧୁଗାଁ ସରକାରୀ ସ୍କୁଲ୍‌ରେ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି।

Advertisment

ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ଲାପଟପ୍, ଜେରକ୍ସ ମେସିନ୍ ଏବଂ ମୋବାଇଲ୍ ଜବତ କରିଛି ପୁଲିସ୍‌।

ମ୍ୟାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ମାମଲାରେ ବନ୍ଧୁଗାଁ ହାଇସ୍କୁଲର ସେଣ୍ଟର ସୁପରିଟେଣ୍ଡେଣ୍ଟ୍ ଓ ଜଣେ ଶିକ୍ଷକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। କୋରାପୁଟ ଡିଇଓଙ୍କ ଏତଲାକୁ ଭିତ୍ତି କରି ଏହି ଦୁଇ ଶିକ୍ଷକଙ୍କ ନାଁରେ ଥାନାରେ ମାମଲା ଦାଏର ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe