ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଯୋଗୁ ପ୍ରଭାବିତ ହୋଇଥିବା ଟ୍ରେନ୍ ସେବା ଧୀରେ ଧୀରେ ସ୍ୱାଭାବିକ ହେଉଛି। ବର୍ତ୍ତମାନ କିଛି ରୁଟ୍ରେ ଆଂଶିକ ଭାବେ ଟ୍ରେନ୍ ଚଳାଚଳ କରୁଛି। ଭଦ୍ରକ-ବିଜୟନଗରମ୍ ରୁଟ୍ରେ ଟ୍ରେନ ଆଂଶିକ ଭାବେ ଚଳାଚଳ କରୁଥିବା ବେଳେ ଭୁବନେଶ୍ୱରରୁ ଆଜିଠାରୁ ଚଳାଚଳ ଆରମ୍ଭ କରିଛି।
ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ଆଜି ରାତି ୧୧ଟା ୩୦ରେ ଛାଡ଼ିବ। ହୀରାଖଣ୍ଡ ଏକ୍ସପ୍ରେସ ଆଜି ରାତି ୧୨ଟା ୩୦ରେ ଭୁବନେଶ୍ୱର ଛାଡ଼ିବ। ଭୁବନେଶ୍ୱର-ବୋକାରୋ ଗରିବ ରଥ ରାତି ୧୦ଟା ୪୫ରେ ଛାଡ଼ିବ। ଭୁବନେଶ୍ୱର-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ରାତି ୧୦ଟାରେ ଛାଡିବ।
ଆଜି ସନ୍ଧ୍ୟା ୬ରେ ଛାଡ଼ିବାକୁ ଥିବା ଭୁବନେଶ୍ୱର-ଲୋକମାନ୍ୟ ତିଲକ ଏକ୍ସପ୍ରେସ ବାତିଲ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ପାଣ୍ଡିଆନଙ୍କ ଜିଦ୍ ଆଗରେ ବିଜେଡି କିଂକର୍ତ୍ତବ୍ୟବିମୂଢ଼, ନେତା ଅଣନିଃଶ୍ୱାସୀ
ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ ୨୪ବର୍ଷର ଶାସନର ଅନ୍ତ ସତ୍ତ୍ୱେ ଦଳ ପୁଣିଥରେ କ୍ରିୟାଶୀଳ ହୋଇ ଲକ୍ଷଲକ୍ଷ କର୍ମୀଙ୍କ ପାଖକୁ ଯିବା ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହ ଦେଖାଉନାହିଁ। ଏପରିକି ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ କୈଣସି ଗୋଟିଏ ବି ପ୍ରସଙ୍ଗରେ ଦଳ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ନିଜର କର୍ମୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉତ୍ସାହ ବୃଦ୍ଧି ଭଳି ପଦକ୍ଷେପ ନେଇପାରିନି।

Politics
ଓଡ଼ିଶାରେ ରାହୁଲ ଗାନ୍ଧି : ସମ୍ବିଧାନ ରକ୍ଷା ଓ ସରକାରଙ୍କ ବିରୋଧରେ ଜନତାଙ୍କୁ ଏକଜୁଟ କରିବାକୁ ଦେଲେ ଆହ୍ଵାନ
ବିଜେପି ସରକାର ସମ୍ବିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ରରେ ନିର୍ବାଚନ ଚୋରି ହୋଇଛି। ବିହାରରେ ମଧ୍ୟ ଏହା କରିବାକୁ ଚେଷ୍ଟା ଚାଲିଛି, କିନ୍ତୁ ଆମେ ଏହାକୁ ହେବାକୁ ଦେବୁ ନାହିଁ। ନିର୍ବାଚନ କମିଶନ ମଧ୍ୟ ବିଜେପିର ଇସାରାରେ କାମ କରୁଥିବା ଅଭିଯୋଗ କରି ସେ ଭୋଟର ତାଲିକା ଓ ଭିଡିଓ ମାଗିଥିବା କହିଛନ୍ତି, ଯାହାକି ଏପର୍ଯ୍ୟନ୍ତ ମିଳିନାହିଁ।

Politics
ଅଦାନୀଙ୍କ ପାଇଁ ରଥକୁ ରୋକାଗଲା: ରାହୁଲ
ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି, ଓଡ଼ିଶାରୁ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଛନ୍ତି। ସେମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି। ପ୍ରତିଦିନ ରାଜ୍ୟରେ ୧୫ ମହିଳାଙ୍କ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା। ଏଠିକାର ସରକାର କେବଳ ଲୋକଙ୍କ ରକ୍ତ ଶୋଷୁଛି। ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି।

Accident
ଦୁଇ ବାଇକ୍ ମୁହାମୁହିଁ ଧକ୍କା, ବାପାପୁଅ ସମେତ ୩ ମୃତ
ଘଟଣାସ୍ଥଳରେ ହିଁ ସୁନୀଲ ଓ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Politics
ବିଜେଡି ଛାଡ଼ି କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ।