କେଉଁ ଟ୍ରେନ୍‌ କେତେବେଳେ ଛାଡ଼ିବ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଯୋଗୁ ପ୍ରଭାବିତ ହୋଇଥିବା ଟ୍ରେନ୍ ସେବା ଧୀରେ ଧୀରେ ସ୍ୱାଭାବିକ ହେଉଛି। ବର୍ତ୍ତମାନ କିଛି ରୁଟ୍‌ରେ ଆଂଶିକ ଭାବେ ଟ୍ରେନ୍‌ ଚଳାଚଳ କରୁଛି। ଭଦ୍ରକ-ବିଜୟନଗରମ୍ ରୁଟ୍‌ରେ ଟ୍ରେନ ଆଂଶିକ ଭାବେ ଚଳାଚଳ କରୁଥିବା ବେଳେ ଭୁବନେଶ୍ୱରରୁ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ଆଜି ରାତି ୧୧ଟା ୩୦ରେ ଛାଡ଼ିବ। ହୀରାଖଣ୍ଡ ଏକ୍ସପ୍ରେସ ଆଜି ରାତି ୧୨ଟା ୩୦ରେ ଭୁବନେଶ୍ୱର ଛାଡ଼ିବ। ଭୁବନେଶ୍ୱର-ବୋକାରୋ ଗରିବ ରଥ ରାତି […]

train

Manoranjan Sial
  • Published: Sunday, 05 May 2019
  • , Updated: 05 May 2019, 07:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଯୋଗୁ ପ୍ରଭାବିତ ହୋଇଥିବା ଟ୍ରେନ୍ ସେବା ଧୀରେ ଧୀରେ ସ୍ୱାଭାବିକ ହେଉଛି। ବର୍ତ୍ତମାନ କିଛି ରୁଟ୍‌ରେ ଆଂଶିକ ଭାବେ ଟ୍ରେନ୍‌ ଚଳାଚଳ କରୁଛି। ଭଦ୍ରକ-ବିଜୟନଗରମ୍ ରୁଟ୍‌ରେ ଟ୍ରେନ ଆଂଶିକ ଭାବେ ଚଳାଚଳ କରୁଥିବା ବେଳେ ଭୁବନେଶ୍ୱରରୁ ଆଜିଠାରୁ ଚଳାଚଳ ଆରମ୍ଭ କରିଛି।

ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ଆଜି ରାତି ୧୧ଟା ୩୦ରେ ଛାଡ଼ିବ। ହୀରାଖଣ୍ଡ ଏକ୍ସପ୍ରେସ ଆଜି ରାତି ୧୨ଟା ୩୦ରେ ଭୁବନେଶ୍ୱର ଛାଡ଼ିବ। ଭୁବନେଶ୍ୱର-ବୋକାରୋ ଗରିବ ରଥ ରାତି ୧୦ଟା ୪୫ରେ ଛାଡ଼ିବ। ଭୁବନେଶ୍ୱର-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ରାତି ୧୦ଟାରେ ଛାଡିବ।

ଆଜି ସନ୍ଧ୍ୟା ୬ରେ ଛାଡ଼ିବାକୁ ଥିବା ଭୁବନେଶ୍ୱର-ଲୋକମାନ୍ୟ ତିଲକ ଏକ୍ସପ୍ରେସ ବାତିଲ କରାଯାଇଛି।

Related story