କାଲି ଚତୁର୍ଥ ପର୍ଯ୍ୟାୟ:୨୭ ଜିଲ୍ଲାର ୧୨୫୪ ପଂଚାୟତରେ ଭୋଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ନିର୍ବାଚନ କମିଶନର ଓ ପୁଲିସ ଡିଜିଙ୍କ ଆଶ୍ୱାସନା ସତ୍ତ୍ୱେ ପଂଚାୟତ ନିର୍ବାଚନୀ ହିଂସା ଥମିବାର ନାଁ ଧରୁ ନଥିବା ବେଳେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨୫୪ଟି ପଂଚାୟତରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ମୋଟ ୫ଟି ପର୍ଯ୍ୟାୟ ବିଶିଷ୍ଟ ପଂଚାୟତ ନିର୍ବାଚନରେ ଆଜି ସୁଦ୍ଧା ୩ଟି ପର୍ଯ୍ୟାୟରେ ୬୧୩୦୦ ବୁଥରେ […]

Vote Box

Vote Box

Ordigital Desk
  • Published: Monday, 21 February 2022
  • Updated: 21 February 2022, 08:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ନିର୍ବାଚନ କମିଶନର ଓ ପୁଲିସ ଡିଜିଙ୍କ ଆଶ୍ୱାସନା ସତ୍ତ୍ୱେ ପଂଚାୟତ ନିର୍ବାଚନୀ ହିଂସା ଥମିବାର ନାଁ ଧରୁ ନଥିବା ବେଳେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨୫୪ଟି ପଂଚାୟତରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ମୋଟ ୫ଟି ପର୍ଯ୍ୟାୟ ବିଶିଷ୍ଟ ପଂଚାୟତ ନିର୍ବାଚନରେ ଆଜି ସୁଦ୍ଧା ୩ଟି ପର୍ଯ୍ୟାୟରେ ୬୧୩୦୦ ବୁଥରେ ମତଦାନ ଶେଷ ହୋଇସାରିଛି।

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆସନ୍ତାକାଲି ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ ଜିଲ୍ଲା ପରିଷଦ ଜୋନ ଓ ୧୨୫୪ଟି ପଂଚାୟତରେ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭୦୮୯ଟି ବୁଥରେ ୫୧.୩୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହି ମୋଟ ବୁଥ ମଧ୍ୟରୁ ୨୫୬୩ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଥିବାବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୬୩ଟି ଜିଲ୍ଲା ପରିଷଦ ଆସନରେ ମୋଟ ୬୬୭ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଝାରସୁଗୁଡ଼ା, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇସାରିଛି।

ସେହିପରି ରାଜ୍ୟ ପୁଲିସ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆସନ୍ତାକାଲି ୨୭ଟି ଜିଲ୍ଲାର ୧୭୦୮୯ଟି ବୁଥରେ ମତଦାନ ନିମନ୍ତେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ୨୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ମୁତୟନ ହୋଇଛନ୍ତି। ପଂଚାୟତ ନିର୍ବାଚନରେ ମୋଟ ୫ଟି ପର୍ଯ୍ୟାୟରେ ୯୧୦୯୩ଟି ବୁଥରେ ମତଦାନ ପାଇଁ ସ୍ଥିର ହୋଇଥିବାବେଳେ ଏପର୍ଯ୍ୟନ୍ତ ୬୧୩୦୦ ବୁଥରେ ମତଦାନ ଶେଷ ହୋଇସାରିଛି। ୫ଟି ପୁଲିସ ଜିଲ୍ଲା ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼, ବ୍ରହ୍ମପୁର ଓ ଖୋର୍ଦ୍ଧାରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟଗ୍ରହଣ ଶେଷ ହୋଇଛି। ଗତ ୩ଟି ପର୍ଯ୍ୟାୟ ନିର୍ବାଚନରେ ବିଶୃଙ୍ଖଳା ଓ ହିଂସା ଯୋଗୁ ଯାଜପୁର ଜିଲ୍ଲାରେ ୪୩ଜଣ, ଢେଙ୍କାନାଳରେ ୯ଜଣ, ଜଗତସିଂହପୁର ଜିଲ୍ଲାରେ ୬ଜଣ ଓ ପୁରୀ ଜିଲ୍ଲାରେ ୨୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ନିର୍ବାଚନବେଳେ ଗଣ୍ଡଗୋଳ ଯୋଗୁ କିଛି ସ୍ଥାନରେ ମତଦାନ ପ୍ରଭାବିତ ହୋଇଛି। ଏଥିପାଇଁ ଯାଜପୁର, ଭଦ୍ରକ ଓ ରାୟଗଡ଼ା ଜିଲ୍ଲାରୁ ସାନି ମତଦାନ ନିମନ୍ତେ ପ୍ରସ୍ତାବ ରାଜ୍ୟ ନିର୍ବାଚନ କମିଶନଙ୍କୁ ମିଳିଛି। ତୃତୀୟ ପର୍ଯ୍ୟାୟରେ ମୋଟ ୭୮.୬% ମତଦାନ ହୋଇଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୮୬.୩୩ ପ୍ରତିଶତ ଭୋଟ ଓ ଗଞ୍ଜାମରେ ସର୍ବନିମ୍ନ ୬୬.୭୫% ଭୋଟ ରେକର୍ଡ କରାଯାଇଛି।

ଗତ ୩ଟି ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ଯେଭଳି ହିଂସାକାଣ୍ଡ ହେଉଛି, ତାହା ରାଜ୍ୟ ପୁଲିସର ବିଫଳତାକୁ ପଦାରେ ପକାଇଥିବାବେଳେ ଓଡ଼ିଶା ପଂଚାୟତ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ହିଂସାକାଣ୍ଡ ଓ ବିଶୃଙ୍ଖଳା ହେଉଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story