Advertisment

Opium: ୪୨ ହଜାର ଅଫିମ ଗଛ ନଷ୍ଟ କଲା ପୁଲିସ୍ ଓ ଅବକାରୀ ବିଭାଗର ମିଳିତ ଟିମ୍

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ପଙ୍କଡ଼ିହି ପଞ୍ଚାୟତର ଜଡ଼ାରେ ବୁଧବାର ଗୁରୁଣ୍ଡିଆ ପୁଲିସ ଓ ରାଉରକେଲା ଅବକାରୀ ଜିଲ୍ଲା ବିଭାଗ ତରଫରୁ ମିଳିତ ଚଢ଼ାଉ କରାଯାଇ ପ୍ରାୟ ୩ ଏକ ଜମିରେ ଲାଗିଥିବା ଅଫିମ ଗଛଗୁଡ଼ିକୁ ନଷ୍ଟ କରି ଦିଆଯାଇଛି।

OPIUM
Advertisment

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ପଙ୍କଡ଼ିହି ପଞ୍ଚାୟତର ଜଡ଼ାରେ ବୁଧବାର ଗୁରୁଣ୍ଡିଆ ପୁଲିସ ଓ ରାଉରକେଲା ଅବକାରୀ ଜିଲ୍ଲା ବିଭାଗ ତରଫରୁ ମିଳିତ ଚଢ଼ାଉ କରାଯାଇ ପ୍ରାୟ ୩ ଏକ ଜମିରେ ଲାଗିଥିବା ଅଫିମ ଗଛଗୁଡ଼ିକୁ ନଷ୍ଟ କରି ଦିଆଯାଇଛି। ସେଗୁଡ଼ିକୁ କାଟିବା ପରେ ନିଆଁ ଲଗାଇ ଦିଆଯାଇଥିଲା। 

Advertisment

ଏନେଇ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ କରାଯାଇଛି ଯେ ଆଜିର ଚଢ଼ାଉ ବେଳେ ପ୍ରାୟ ୩ ଏକର ଜମିରେ ଲାଗିଥିବା ୪୨ ହଜାର ଅଫିମ ଗଛକୁ ନଷ୍ଟ କରାଯାଇଛି। ଏହାର ମୋଟ ମୂଲ୍ୟ ପ୍ରାୟ ୪୨ ଲକ୍ଷ ଟଙ୍କା ହେବ। 

ଗୁରୁଣ୍ଡିଆ ଅତିରିକ୍ତ ତହସିଲଦାର, ଗୁରୁଣ୍ଡିଆ, କେ ବଳାଙ୍ଗ, ମହୁଲିପଡ଼ା, ଚଣ୍ଡିପୋଷି, ଟିକାୟତପାଲିର ଥାନା ଆଇଆଇସି ଓ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ସେମାନଙ୍କ ସହିତ ବଣାଇ ରେଞ୍ଚ ଅବକାରୀ ଇନ୍‌ସପେକ୍ଟର ଓ କର୍ମଚାରୀ, କୋଇଡା ଓଆଇସି ଓ କର୍ମଚାରୀ, ଲହୁଣୀପଡ଼ା ଅବକାରୀ ଓଆଇସି ଓ କର୍ମଚାରୀ, ତାମଡ଼ା ଆରଆଇ, ତାମଡ଼ା ରେଞ୍ଜ ଅଫିସର ଓ କର୍ମଚାରୀ ଏବଂ ରାଉରକେଲା ଅବକାରୀ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

Advertisment

କିଛି ଦିନ ତଳେ କୋଇଡ଼ା ଅଞ୍ଚଳରେ ଏକର ଏକର ଜମିରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରିଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe