Advertisment

ଚାଷୀଙ୍କ ନାଁରେ ୠଣ ଜାଲିଆତି! ଋଣ ନ ନେଇ ବି ଋଣି

ଯେଉଁ ଚାଷୀ ନା ୠଣ ନେଇଛନ୍ତି କିମ୍ବା ୠଣ ଟଙ୍କା ପାଇଛନ୍ତି, ତାଙ୍କ ଖାତାରେ ଗଡୁଛି ଲକ୍ଷ ଲକ୍ଷ ଟଙ୍କାର ୠଣ ରାଶି।

farmers Complain

farmers Complain

Advertisment

ଚାଷୀଙ୍କ ନାଁରେ ୠଣ ଜାଲିଆତିର ଅଭିଯୋଗ। ଯେଉଁ ଚାଷୀ ନା ୠଣ ନେଇଛନ୍ତି କିମ୍ବା ୠଣ ଟଙ୍କା ପାଇଛନ୍ତି, ତାଙ୍କ ଖାତାରେ ଗଡୁଛି ଲକ୍ଷ ଲକ୍ଷ ଟଙ୍କାର ୠଣ ରାଶି। ଚୁନ ଲଗାଇ ମାଲାମାଲ ହୋଇଛନ୍ତି ସମବାୟ ବ୍ୟାଙ୍କ ଓ ଲ୍ୟାମ୍ପସ କର୍ମଚାରୀ। ଆଉ ଘଟଣା ଜାଣି ସଂପୃକ୍ତ ଚାଷୀ ଲ୍ୟାମ୍ପସର ଦ୍ୱାରସ୍ଥ ହେବା ପରେ ବି ମିଳୁନି କୌଣସି ସୁଫଳ। ଉପାନ୍ତରୁ ଉପକୂଳ, ସମବାୟ ସମିତି କର୍ମଚାରୀ କେମିତି ଚଳାଇଛନ୍ତି ଅସାଧୁ କାରବାର।

Advertisment

କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା। କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ। କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ ୨ ହଜାର ଟଙ୍କାର ଋଣ ରାଶି। ସେହି ଗାଁର ଜେନା ଲମତା, ସନ୍ତୋଷ କାଟିଆ ଓ ରାମଚନ୍ଦ୍ରଙ୍କ ଅଭିଯୋଗ ମଧ୍ୟ ସମାନ। ପ୍ରଫୁଲ୍ଲ ସ୍ୱାଇଁଙ୍କ ଭଳି ଏମାନେ ବି ୧ ଲକ୍ଷ ଟଙ୍କା ଋଣ ନେଇଥିବା ଉଲ୍ଲେଖ ରହିଛି ତାଙ୍କ ଖାତାରେ। ଯାହା ବି ୠଣ ନେଇଥିଲେ ସେସବୁ ଶୁଝି ସାରିଥିଲେ ବି ୠଣ ବକେୟା ରହିଥିବା ଦର୍ଶାଯାଇଛି ଏବଂ ଜମା ଖାତା ସବୁ ଲ୍ୟାମ୍ପସରେ ରଖାଯାଇଛି।

ଏଭଳି ଭାବେ କୁନ୍ଦୁରା ବ୍ଲକର ଝଡ଼ଙ୍ଗା ସମେତ ଦିଗାପୁର, ଲିମା, ସାଗରଗୁଡା ଆଦି ବହୁ ଗାଁର ଚାଷୀଙ୍କ ନାଁରେ ହୋଇଛି ଋଣ ଜାଲିଆତି। ଏ ସଂପର୍କରେ ସଂପୃକ୍ତ ଚାଷୀମାନେ କୁନ୍ଦୁରା ଲ୍ୟାମ୍ପସର ଦ୍ୱାରସ୍ଥ ହୋଇଥିଲେ ବି କେହି ଧରାଛୁଆଁ ଦେଉନାହାଁନ୍ତି କି ଥାକମରା ହୋଇ ରଖାଯାଇଥିବା ପାସବୁକ୍ ଗୁଡ଼ିକୁ ଫେରାଉ ନାହାଁନ୍ତି।

Advertisment

ପୂର୍ବରୁ କୋରାପୁଟ ସମେତ ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ୫୫ଟି ଲ୍ୟାମ୍ପସରେ ଚାଷୀଙ୍କ ନାଁରେ ଏଭଳି ହରିଲୁଟ ଅଭିଯୋଗ ଉଠିଥିଲା। ଯାହାର ତଦନ୍ତ ରିପୋର୍ଟ ଏଯାଏଁ ଆସିନାହିଁ। ଏଭଳି ସ୍ଥିତିରେ ଏବେ ପୁଣି ଚାଷୀଙ୍କ ନାଁରେ ଋଣ ଜାଲିଆତି ମାମଲା ଚାଷୀଙ୍କୁ ଚିନ୍ତାରେ ପକାଇଛି।

ଏନେଇ ଚାଷୀମାନେ ଜୟପୁର କେସିସି ବ୍ୟାଙ୍କ ସଂପାଦକ ଓ ଡିଆରସିଏସଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। କେସିସି ବ୍ୟାଙ୍କ ସଭାପତି ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

କେବଳ ଅବିଭକ୍ତ କୋରାପୁଟ ଜିଲ୍ଲା ନୁହେଁ। ବାଲେଶ୍ୱର ଜିଲ୍ଲାର ଭୋଗରାଇ ଏବଂ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ ବି ଆସିଛି ଏଭଳି ଜାଲିଆତି ଅଭିଯୋଗ। ସରକାରଙ୍କ ତରଫରୁ କୃଷ୍ଣପ୍ରସାଦ ବଜ୍ରକୋଟ ସମବାୟ ସମିତିର ନୀଳମଣି ଦଳାଇ ନାମକ ଜଣେ ଚାଷୀଙ୍କୁ ୩୨ ହଜାର ୯୨୭ ଟଙ୍କାର ବୀମାରାଶି ଆସିଥିଲେ ବି ଦିଆଯାଇଛି ମାତ୍ର ୧୫ ହଜାର ଟଙ୍କା। ସେହିପରି ୨୦୧୫ରେ ଆସିଥିବା ସମ୍ପୂର୍ଣ୍ଣ ବୋନସ ରାଶିକୁ ଏଯାଏଁ ପ୍ରଦାନ କରିନାହାଁନ୍ତି ଭୋଗରାଇ ବ୍ଲକ ମହାଗବ ସମବାୟ ସମିତିର ତତ୍କାଳୀନ ସମ୍ପାଦକ। ଏନେଇ ଭୋଗରାଇ ସମବାୟ ସମିତି ସମ୍ପାଦକ ସମୀର ଦେ କହିଛନ୍ତି, ଏହି ଅଭିଯୋଗ ପୂର୍ବତନ ସମ୍ପାଦକଙ୍କ ବିରୋଧରେ ଆସିଛି। ସେ ଏବେ ପଦୋନ୍ନତି ପାଇ ସମବାୟ ସଂସ୍ଥାରେ କାମ କରୁଛନ୍ତି। ଏ ବାବଦରେ ଆରଟିଆଇରେ ତଥ୍ୟ ମାଗିଲେ ପ୍ରକୃତ କଥା ଜାଣିହେବ।

ସମବାୟ ବ୍ୟାଙ୍କ ଗୁଡ଼ିକରେ ଋଣ ନାଁରେ ଏଭଳି ଚଞ୍ଚକତା ଏବେ ପଦାରେ ପଡ଼ିଥିବାବେଳେ ଆଗକୁ କି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ତାକୁ ଅପେକ୍ଷା।

Farmers Problem Odisha Farmers Loan Burden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe