Advertisment

ଚାକିରି କରାଇ ଦେବା ନାଁରେ ଠକେଇ

ବଲାଙ୍ଗିର(ସସ୍ମିତା ସାହୁ): ବିଭିନ୍ନ ଜିଲ୍ଲାର ବେକାର ଯୁବକମାନଙ୍କୁ ଚାକିରି ଦେବାକୁ କହି, ହଜାର ହଜାର ଟଙ୍କା ଲୁଟ କରାଯାଉଛି। ଏହାର ପ୍ରତିବାଦ କଲେ ଯୁବକଙ୍କୁ ନିର୍ଯାତନା ଦିଆଯାଉଛି। ଏପରି ଏକ ସଂଗୀନ ଅଭିଯୋଗ ଆସିଛି ଗ୍ଳେଜ ଇଣ୍ଡିଆ ଟ୍ରେଡିଂ ଲିମିଟେଡ କମ୍ପାନୀ ନାଁରେ। ବାରମ୍ବାର ଠକେଇ କରୁଥିବା ଏହି କଂପାନୀର ଅସଲ ଚେହେରା ଏବେ ପଦାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ବଲାଙ୍ଗିର ସହରରୁ ଆସିଛି ଏହି ଅଭିଯୋଗ। ଚାକିରି ଦେବା ନାଁରେ […]

ଚାକିରି କରାଇ ଦେବା ନାଁରେ ଠକେଇ

bol-1

Advertisment

ବଲାଙ୍ଗିର(ସସ୍ମିତା ସାହୁ): ବିଭିନ୍ନ ଜିଲ୍ଲାର ବେକାର ଯୁବକମାନଙ୍କୁ ଚାକିରି ଦେବାକୁ କହି, ହଜାର ହଜାର ଟଙ୍କା ଲୁଟ କରାଯାଉଛି। ଏହାର ପ୍ରତିବାଦ କଲେ ଯୁବକଙ୍କୁ ନିର୍ଯାତନା ଦିଆଯାଉଛି। ଏପରି ଏକ ସଂଗୀନ ଅଭିଯୋଗ ଆସିଛି ଗ୍ଳେଜ ଇଣ୍ଡିଆ ଟ୍ରେଡିଂ ଲିମିଟେଡ କମ୍ପାନୀ ନାଁରେ।

Advertisment

ବାରମ୍ବାର ଠକେଇ କରୁଥିବା ଏହି କଂପାନୀର ଅସଲ ଚେହେରା ଏବେ ପଦାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ବଲାଙ୍ଗିର ସହରରୁ ଆସିଛି ଏହି ଅଭିଯୋଗ। ଚାକିରି ଦେବା ନାଁରେ ବଲାଙ୍ଗିର ସହରର ରାଜେନ୍ଦ୍ର ପଡାଠାରେ ଥିବା ଗ୍ଳେଜ ଇଣ୍ଡିଆ କମ୍ପାନୀ ଲୋକଙ୍କୁ ଠକୁଥିବା ଟାଉନ ଥାନାରେ ଦୁଇଜଣ ଯୁବକ ଅଭିଯୋଗ କରିଛନ୍ତି।

Advertisment

publive-image

ଗତ ୨୩ ତାରିଖରେ ଗ୍ଳେଜ ଇଣ୍ଡିଆ କମ୍ପାନୀରେ କାମ କରୁଥିବା ରେଖା ନାମକ ଜଣେ ଯୁବତୀ କଟକ ଜିଲ୍ଳା ବାଙ୍କି ଥାନା ଘସିପୁଟ ଗାଁର ବୈଷ୍ଣବ ପିରୋଇ ଏବଂ ତାଙ୍କ ସାଂଗ ମଣ୍ଟୁ ନାଏକଙ୍କୁ ଚାକିରି କରେଇ ଦେବା ପାଇଁ ଡାକିଥିଲେ । ଉଭୟେ ୨୪ ତାରିଖ ଦିନ ବଲାଙ୍ଗିର ପହଞ୍ଚି ଗ୍ଳେଜ ଇଣ୍ଡିଆ ଅଫିସରରେ ଯଥାରକ୍ରମେ ୮ ହଜାର ଏବଂ ୧୨ ହଜାର ଟଙ୍କା ଦେଇଥିଲେ।

ଉଭୟଙ୍କୁ ଗୋଟିଏ ମାସର ତାଲିମ ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ଚାକିରି ବଦଳରେ ଗ୍ଳେଜ ଇଣ୍ଡିଆର ଜିନିଷ ପତ୍ର ବିକ୍ରି କରିବା ପାଇଁ କୁହାଯାଇଥିଲା । ଫଳରେ ଦୁଇ ସାଙ୍ଗ ଘରକୁ ଫେରିଯିବା ପାଇଁ ଚାହିଁଥିଲେ । ଏହା ଜାଣିବା ପରେ କଂପାନୀର କର୍ମଚାରୀ ଉଭୟଙ୍କୁ ଏକ ଘରେ ବନ୍ଦ କରି ରଖିଥିଲେ। ବହୁ ଉଭୟେ ସେଠାରୁ ଖସି ଆସିବା  ପରେ ସ୍ଥାନୀୟ ଯୁବକଙ୍କ ସାହାଯ୍ୟରେ ବଲାଙ୍ଗିର ଟାଉନଥାନାରେ ଅଭିଯୋଗ କରିଛନ୍ତି।

ପୂର୍ବରୁ ୨୦୧୬ ନଭେମ୍ବର ୧୪ ତାରିଖରେ ଏହି କମ୍ପାନୀ ନାଁରେ ଠକେଇ ଅଭିଯୋଗ ହୋଇଥିଲା।  ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକଙ୍କୁ ଚାକିରୀ ଦେବାକୁ କହି ୨୧ ହଜାର ଟଙ୍କା ନେଇ ଠକେଇ କରିଥିବା ନେଇ ଟାଉନଥାନାରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ୫ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ ମଧ୍ୟ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe