Advertisment

ଚାଷୀଙ୍କୁ ଠକିଥିବା ଠକ ପୁଲିସ ଜାଲରେ ପଡ଼ିଲା

କଣ୍ଟାବାଞ୍ଜି(ସୁରଦାସ ବାଗ): ଚାଷୀମାନଙ୍କ ଝାଳବୁହା ପରିଶ୍ରମ ବଳରେ ଉପାର୍ଜିତ ଶସ୍ୟକୁ ପଇସା ଦେବି କହି ଠକି ଦେଉଥିବା ଜଣେ ପେସାଦାର ଠକ ଗଣନାଥ ବେହେରାକୁ ଆଜି ବଲାଙ୍ଗାର ଜିଲ୍ଲା ତୁରେକେଲା ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ପ୍ରଥମ ଚାଷୀଙ୍କ ମନ କିଣିବାକୁ ଚେଷ୍ଟା କରେ। ପରେ କିଣିବା ବାହାନାରେ ଟଙ୍କା ନଦେଇ ସେମାନଙ୍କ ଫସଲ ଧରି ଚମ୍ପଟ ମାରେ। ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଗଣନାଥ ବେହେରା ଜଣେ ପେସାଦାର ଠକ। ସେ ଲୋକଙ୍କ […]

ଚାଷୀଙ୍କୁ ଠକିଥିବା ଠକ ପୁଲିସ ଜାଲରେ ପଡ଼ିଲା

bolangir

Advertisment

କଣ୍ଟାବାଞ୍ଜି(ସୁରଦାସ ବାଗ): ଚାଷୀମାନଙ୍କ ଝାଳବୁହା ପରିଶ୍ରମ ବଳରେ ଉପାର୍ଜିତ ଶସ୍ୟକୁ ପଇସା ଦେବି କହି ଠକି ଦେଉଥିବା ଜଣେ ପେସାଦାର ଠକ ଗଣନାଥ ବେହେରାକୁ ଆଜି ବଲାଙ୍ଗାର ଜିଲ୍ଲା ତୁରେକେଲା ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ପ୍ରଥମ ଚାଷୀଙ୍କ ମନ କିଣିବାକୁ ଚେଷ୍ଟା କରେ। ପରେ କିଣିବା ବାହାନାରେ ଟଙ୍କା ନଦେଇ ସେମାନଙ୍କ ଫସଲ ଧରି ଚମ୍ପଟ ମାରେ।

Advertisment

ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଗଣନାଥ ବେହେରା ଜଣେ ପେସାଦାର ଠକ। ସେ ଲୋକଙ୍କ ମନ କିଣିବା ପାଇଁ ଅନେକ ଗାଁକୁ ଯାଇ ଚାଷୀଙ୍କ ସହିତ କଥା ହୁଏ। ଚାଷ ସମ୍ପର୍କରେ ଚାଷୀଙ୍କୁ ଅନେକ ପ୍ରଶ୍ନ ପଚାରେ। ପରେ ବିହନ ଓ ଔଷଧ ଇତ୍ୟାଦି ଦେଇ ଚାଷୀଙ୍କ ମନରେ ବିଶ୍ୱାସ ଜନ୍ମାଏ। ଆଉ ଚାଷୀମାନେ ଗଣନାଥଙ୍କୁ ନିଜର ବୋଲି ଭାବିନିଅନ୍ତି। ପରେ ସେ ଚାଷୀଙ୍କଠାରୁ ଫସଳ ନେଇ ପଇସା ଦେବ ବୋଲି କହି ଫେରାର ହୋଇଯାଇଥାଏ। ତୁରେକେଲା ଥାନାର ଅନେକ ଗାଁରେ ସମାନ ଢଙ୍ଗରେ ଗଣନାଥ ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କାର କପା ଧରି ଚମ୍ପଟ ମାରିଥିଲା। ଆଉ ଗଣନାଥ ଦେଇଥିବା ଫୋନ୍‌ ନମ୍ୱରରେ ଚାଷୀମାନେ ଫୋନ୍‌ କଲେ ଟଙ୍କା ଶୀଘ୍ର ଦେଇଦେବ ବୋଲି ପ୍ରଥମେ କହିଥାଏ। ପରେ ଆଉ ଫୋନ୍‌ ଉଠାଏ ନାହିଁ।

ଏନେଇ ଚାଷୀମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନମ୍ବର ୩୮ ଓ ୩୯ (ଦଫା ୪୨୦ , ୩୪ ) ରେ ମାମଲା ରୁଜୁ କରି ଗଣନାଥଙ୍କୁ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ପେନ୍‌ସନ୍‌ପଡ଼ାରୁ ଗିରଫ କରିଛି। ଗଣନାଥ ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କାର କପା ନେଇ ଫେରାର ଥିବା ସ୍ଵୀକାର ମଧ୍ୟ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe