Advertisment

ସମସ୍ତଙ୍କୁ ସରକାରୀ ମେଡିକାଲ କଲେଜରେ ମାଗଣା ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଫେବୃୟାରୀ ୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ପୂର୍ବରୁ ଏହି ସୁବିଧା କେବଳ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରଠୁ ଜିଲ୍ଲାସ୍ତରୀୟ ମୁଖ୍ୟ ହସ୍ପିଟାଲ ପର୍ଯ୍ୟନ୍ତ ସୀମିତ ଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ରିଲିଜ୍ ଅନୁସାରେ ଏହି ମାଗଣା ଚିକିତ୍ସା ସୁବିଧା ଉଭୟ ଏପିଏଲ ଓ ବିପିଏଲ ବର୍ଗର ଲୋକେ ପାଇବେ। ଏଥିପାଇଁ କୌଣସି ଆୟକର ପ୍ରମାଣପତ୍ର […]

ସମସ୍ତଙ୍କୁ ସରକାରୀ ମେଡିକାଲ କଲେଜରେ ମାଗଣା ଚିକିତ୍ସା

Medical

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଫେବୃୟାରୀ ୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ପୂର୍ବରୁ ଏହି ସୁବିଧା କେବଳ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରଠୁ ଜିଲ୍ଲାସ୍ତରୀୟ ମୁଖ୍ୟ ହସ୍ପିଟାଲ ପର୍ଯ୍ୟନ୍ତ ସୀମିତ ଥିଲା।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ ରିଲିଜ୍ ଅନୁସାରେ ଏହି ମାଗଣା ଚିକିତ୍ସା ସୁବିଧା ଉଭୟ ଏପିଏଲ ଓ ବିପିଏଲ ବର୍ଗର ଲୋକେ ପାଇବେ। ଏଥିପାଇଁ କୌଣସି ଆୟକର ପ୍ରମାଣପତ୍ର କିମ୍ବା ସ୍ଥାୟୀ ବାସିନ୍ଦାର ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ସମସ୍ତ ସରକାରୀ ମେଡିକାଲରେ ରୋଗୀଙ୍କୁ ମାଗଣାରେ ଆଇସିୟୁ, ସର୍ଜରୀ, ଓଟି ସୁବିଧା ଓ ବେଡ୍ ସୁବିଧା ମିଳିବ। ଏଥିନିମନ୍ତେ ରାଜ୍ୟ ବଜେଟରେ ଅତିରିକ୍ତ ଭାବେ ୧୦୦କୋଟି ଟଙ୍କାର ବଜେଟର ବ୍ୟବସ୍ଥା କରିଛନ୍ତି। ଏହାବ୍ୟତୀତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ୭୦ଲକ୍ଷ ପରିବାରକୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe