କଟକ (ଗୌତମ ପଣ୍ଡା): ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ ହୋଇଛି। ଗତକାଲି କଟକ ବଡ଼ ମେଡିକାଲ୍ରେ ୯୦ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଶେଷ ଦର୍ଶନ ପାଇଁ ସେଲ୍ଟର ଛକ ବାସଭବନରେ ବହୁ ସଂଖ୍ୟାରେ ଲୋକେ ପହଞ୍ଚିଥିଲେ। ବିପିନ ବିହାରୀଙ୍କ ପୁଅ ଜଷ୍ଟିସ୍ ବିଶ୍ୱନାଥ ରଥ ହାଇକୋର୍ଟର ବିଚାରପତି ଭାବେ ଅବସ୍ଥାପିତ ଅଛନ୍ତି।
ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏଏସ୍ ନାଇଡ଼ୁ କହିଛନ୍ତି, “ଜଣେ ବୟୋଜ୍ୟେଷ୍ଠ ଓକିଲ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ସେ ସବୁ ଓକିଲମାନଙ୍କ ପାଇଁ ଦିଗଦର୍ଶକ ଥିଲେ। ସେ ଜୀବନରେ ବହୁତ କଷ୍ଟ ଭିତରେ ବଞ୍ଚିଥିଲେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଘରକୁ ଫେରୁଥିଲେ ଦୁଇ ଯୁବକ, ରାତି ଅଧରେ ପିଟିଲା ଅଜଣା ଗାଡ଼ି
ଉଭୟ ପାରାଦୀପ ଯାଇଥିବା ବେଳେ ସେଠାରୁ ଘରକୁ ଫେରୁଥିଲେ । ମାତ୍ର ବିଳମ୍ବିତ ରାତିରେ ଉଭୟଙ୍କ ବାଇକ୍କୁ ଏକ ଅଜଣା ଗାଡ଼ି ପିଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା
Miscellaneous
ଜମୁଛି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼
ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି।
Accident
ଛାଡ଼ଖାଇରେ ମାଛ ବିକିବାକୁ ବାହାରିଥିଲେ, ଚଢ଼ିଗଲା ଟ୍ରକ୍
ଆଜି ଛାଡ଼ଖାଇ ଥିବାବେଳେ ଭୋରରୁ ସେ ସାଇକେଲ ଯୋଗେ ମାଛ ନେଇ ବିକ୍ରି କରିବାକୁ ଯାଉଥିଲେ । ରାସ୍ତାରେ ଏକ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା ।
Crime
ନିଜ କାର୍ଯ୍ୟାଳୟରେ ବସିଥିଲେ ବିଜେପି ନେତା, ଖଣ୍ଡା ଧରି ମାଡ଼ି ଆସିଲେ ଦୁର୍ବୃତ୍ତ
ନିଜ କାର୍ଯ୍ୟାଳୟରେ ଥିବା ବିଜେପି ନେତାଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ମାତ୍ର ଖଣ୍ଡା ଚୋଟରୁ ଅଳ୍ପକେ ବର୍ତ୍ତିଗଲେ ବିଜେପିର ତୁଙ୍ଗ ନେତା।
Accident
ଚାଲି ଚାଲି ଯାଉଥିଲେ ଯୁବକ, ପିଟିଦେଲା ଅଜଣା ଗାଡ଼ି
ଚାଲି ଚାଲି ଘରକୁ ଫେରୁଥିଲେ ଯୁବକ। ମାତ୍ର କିଛି ସମୟ ପରେ ଘରେ ପହଞ୍ଚି ବି ଯାଇଥାନ୍ତେ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା।