Advertisment

ବିଜେବି କଲେଜରେ ପୁଣି ରାଗିଂ, ଛାତ୍ରଙ୍କୁ ମାଡ଼ ମାରିଲେ ସହପାଠୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଗିଂ ପାଇଁ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ଚାଲିଥିବା ଝଡ଼ ଏପର୍ଯ୍ୟନ୍ତ ଥମି ନାହିଁ। ରୁଚିକାଙ୍କୁ ନ୍ୟା୍ୟ ଦେବା ପାଇଁ ଛାତ୍ର ସଂଗଠନ ଓ ପରିବାର ଲୋକେ ୬ ଦିନ ହେବ କଲେଜ ସାମ୍ନାରେ ବସି ରହିଛନ୍ତି। ଏହି ସମୟରେ ପୁଣି ଜଣେ ବିଜେବି କଲେଜରେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ରାଗିଂର ଶିକାର ହୋଇଥିବା ଛାତ୍ର ଜଣଙ୍କ ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କୁ […]

ଅଦ୍ୟତନ ହୋଇଛି
ବିଜେବି କଲେଜରେ ପୁଣି ରାଗିଂ, ଛାତ୍ରଙ୍କୁ ମାଡ଼ ମାରିଲେ ସହପାଠୀ

BJb

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଗିଂ ପାଇଁ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ଚାଲିଥିବା ଝଡ଼ ଏପର୍ଯ୍ୟନ୍ତ ଥମି ନାହିଁ। ରୁଚିକାଙ୍କୁ ନ୍ୟା୍ୟ ଦେବା ପାଇଁ ଛାତ୍ର ସଂଗଠନ ଓ ପରିବାର ଲୋକେ ୬ ଦିନ ହେବ କଲେଜ ସାମ୍ନାରେ ବସି ରହିଛନ୍ତି। ଏହି ସମୟରେ ପୁଣି ଜଣେ ବିଜେବି କଲେଜରେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ରାଗିଂର ଶିକାର ହୋଇଥିବା ଛାତ୍ର ଜଣଙ୍କ ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଛାତ୍ରଙ୍କୁ ସହପାଠୀମାନେ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଛାତ୍ର ଜଣଙ୍କ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କମର୍ସ ବିଭାଗର ଛାତ୍ର। ତାଙ୍କ ନାଁ ରୁଦ୍ର ନାରାୟଣ ପାତ୍ର।

Advertisment

ରୁଦ୍ରଙ୍କ ଅଭିଯୋଗ କରି କହିଛନ୍ତି, ଗତକାଲି ମୁଁ କ୍ଲାସ ସାରି ବସିଥିବା ବେଳେ ମୋ ବେଚ୍‌ର କିଛି ପିଲା ଆସି କ’ଣ ବେ ଏତେ ଷ୍ଟାଇଲ ମାରୁଛୁ କହି ଗୋଟେ ଚାପୁଡ଼ା ମାରିଥିଲେ। ମୁଁ ତାଙ୍କ ହାତ ଧରିଦେବାରୁ ସେମାନେ ମୋତେ ମିଶିକି ମାଡ଼ ମାରିଥିଲେ। ମୁଁ ବାଇକ୍‌ ଧରି କଲେଜ ଆସୁଥିବାରୁ ସେମାନେ ମୋ ଉପରେ ଈର୍ଷା କରୁଛନ୍ତି। ମୁଁ ଏହି ଘଟଣା ବିଷୟରେ ଜଣେ ଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ସେ ମୁହଁ ମୋଡ଼ି ଦେଇ ସେଠାରୁ ପଳାଇ ଯାଇଥିଲେ।

ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ଦାବି କରି ଆଜି ନବ ନିର୍ମାଣ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଛି। କଲେଜ ଆଗରେ ରୁଚିକାଙ୍କ ମାଆଙ୍କ ସହ ବିଭିନ୍ନ ଛାତ୍ର ସଂଗଠନ ଏଥିରେ ସାମିଲ ହୋଇଛନ୍ତି। ରୁଚିକାଙ୍କ ଆତ୍ମହତ୍ୟାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ  ଦୋଷୀକୁ ଚିହ୍ନଟ କରିପାରି ନାହିଁ। ପୁଲିସ ଯେପରି ହାତଗୋଡ଼ ବାନ୍ଧି ନୀରବଦ୍ରଷ୍ଟା ପାଲଟିଯାଇଛି। ତେବେ ରୁଚିକାଙ୍କୁ କେବେ ନ୍ୟାୟ ମିଳିବ, ପୁଲିସ କେବେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବ ତାହା ଉପରେ ସମସ୍ତଙ୍କ ଉପରେ ନଜର ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe